( ବିୟୁରୋ ରିପୋର୍ଟ )
ବାଣପୁର:ଆଜିତା 5/08/2023ଦିନ.1ଓଡ଼ିଶା ନାଭାଲ ୟୁନିଟ ଏନ.ସି.ସି, ବ୍ରହ୍ମପୁର କମାଣ୍ଡିଙ୍ଗ ଅଫିସର କମାଣ୍ଡର ଡିଯେ. ସିଂ ଗୋଦାବରୀଶ ମହାବିଦ୍ୟାଳୟର ଭବିଷ୍ୟତର ଲାଭ ପାଇଁ ନାଭାଲ ୱିଙ୍ଗ ଏନସିସି ଖୋଲିବା ଉଦେଶ୍ୟ ରେ ଗୋଦାବରୀଶ ମହାବିଦ୍ୟାଳୟର ପ୍ରଚାର୍ଯ୍ୟଙ୍କୁ ଭେଟିଥିଲେ l ଗୋଦାବରୀଶ ମହାବିଦ୍ୟାଳୟ ର ଏନ.ସି.ସି ଛାତ୍ର ଛାତ୍ରୀ ମାନେ ତାଙ୍କୁ ସ୍ୱାଗତ ଜଣାଇବା ସହ ଏକ ସୁନ୍ଦର ପରେଡ କରିଥିଲେ l ଏଥିରେ ଉପସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ର ପ୍ରଚାର୍ଯ୍ୟ,ଏନ.ସି.ସି ସହଯୋଗୀ ଅଧିକାରୀ,ସମସ୍ତ ଲେକଚର ଥିବାବେଳେ କମାଣ୍ଡର ଡିଯେ. ସିଂ ନାଭାଲ ୱିଙ୍ଗ ଏନସିସି ର ଲାଭ ଗୁଡିକ ଛାତ୍ର ଛାତ୍ରୀ ଙ୍କୁ ଜଣେଇବା ସହ ଏହା ବିଶୟରେ ଉପରେ ଏକ ଛୋଟ ଫିଲିମ ମାଧ୍ୟମରେ ପିଲାଙ୍କୁ ଦେଖେଇଥିଲେ l
ଏବଂ ତାଙ୍କ ୟୁନିଟ ତରଫ ରୁ କେନ୍ଦ୍ରୀୟ ବିଦ୍ୟାଳୟ ଏନ.ସି.ସି ସିନିଅର ଡିଭିସନ କମାଣ୍ଡର,ସେକ ସରତାଜ, ଏନ.ସି.ସି ର ବିଶେଷତା ଉପରେ ଏକ ସୁନ୍ଦର ଭାସଣ ଦବା ସହ ଭବିଷ୍ୟତ ରେ ଏନ.ସି.ସି ସାର୍ଟିଫିକେଟ ର ଲାଭ ବିଷୟରେ ସୂଚନା ଦେଇଥିଲେ l ଶେଷରେ ଏହି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଥିଲା l


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.