( ବିୟୁରୋ ରିପୋର୍ଟ )
ବାଣପୁର:ଆଜିତା 5/08/2023ଦିନ.1ଓଡ଼ିଶା ନାଭାଲ ୟୁନିଟ ଏନ.ସି.ସି, ବ୍ରହ୍ମପୁର କମାଣ୍ଡିଙ୍ଗ ଅଫିସର କମାଣ୍ଡର ଡିଯେ. ସିଂ ଗୋଦାବରୀଶ ମହାବିଦ୍ୟାଳୟର ଭବିଷ୍ୟତର ଲାଭ ପାଇଁ ନାଭାଲ ୱିଙ୍ଗ ଏନସିସି ଖୋଲିବା ଉଦେଶ୍ୟ ରେ ଗୋଦାବରୀଶ ମହାବିଦ୍ୟାଳୟର ପ୍ରଚାର୍ଯ୍ୟଙ୍କୁ ଭେଟିଥିଲେ l ଗୋଦାବରୀଶ ମହାବିଦ୍ୟାଳୟ ର ଏନ.ସି.ସି ଛାତ୍ର ଛାତ୍ରୀ ମାନେ ତାଙ୍କୁ ସ୍ୱାଗତ ଜଣାଇବା ସହ ଏକ ସୁନ୍ଦର ପରେଡ କରିଥିଲେ l ଏଥିରେ ଉପସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ର ପ୍ରଚାର୍ଯ୍ୟ,ଏନ.ସି.ସି ସହଯୋଗୀ ଅଧିକାରୀ,ସମସ୍ତ ଲେକଚର ଥିବାବେଳେ କମାଣ୍ଡର ଡିଯେ. ସିଂ ନାଭାଲ ୱିଙ୍ଗ ଏନସିସି ର ଲାଭ ଗୁଡିକ ଛାତ୍ର ଛାତ୍ରୀ ଙ୍କୁ ଜଣେଇବା ସହ ଏହା ବିଶୟରେ ଉପରେ ଏକ ଛୋଟ ଫିଲିମ ମାଧ୍ୟମରେ ପିଲାଙ୍କୁ ଦେଖେଇଥିଲେ l
ଏବଂ ତାଙ୍କ ୟୁନିଟ ତରଫ ରୁ କେନ୍ଦ୍ରୀୟ ବିଦ୍ୟାଳୟ ଏନ.ସି.ସି ସିନିଅର ଡିଭିସନ କମାଣ୍ଡର,ସେକ ସରତାଜ, ଏନ.ସି.ସି ର ବିଶେଷତା ଉପରେ ଏକ ସୁନ୍ଦର ଭାସଣ ଦବା ସହ ଭବିଷ୍ୟତ ରେ ଏନ.ସି.ସି ସାର୍ଟିଫିକେଟ ର ଲାଭ ବିଷୟରେ ସୂଚନା ଦେଇଥିଲେ l ଶେଷରେ ଏହି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଥିଲା l
More Stories
SRI PRAVAT KUMAR PRADHAN, ASI OF POLICE, CHANDANPUR PS, DIST-PURI NABBED BY ODISHA VIGILANCE WHILE TAKING BRIBE RS 15,000/- FROM A COMPLAINANT TO HELP HIM IN A LAND DISPUTE CASE.
ପୂବା ଶାସନ ବିକାଶ ପରିଷଦ ପକ୍ଷରୁ ମୋ ଗାଁ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ l
ମାଆ ପାଦୁକେଇ ପୀଠରେ ବାଦି ପାଲା ଅନୁଷ୍ଠିତ l