ରିପୋର୍ଟ :- ଜଗନ୍ନାଥ ମହନ୍ତ
କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କାଳିଆହତା ପଞ୍ଚାୟତ ଗଳଦା ଗ୍ରାମରେ ଏମିତି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ଗ୍ରାମର ଯୋଗେନ୍ଦ୍ର ମାଝୀଙ୍କ ପରିବାର ଲୋକେ ଖାଇପିଇ ସମସ୍ତେ ସୋଇଥିବା ବେଳେ ଘରର ମାଟିକାନ୍ଥ ଭୁଶୁଡି ଯାଇଥିଲା ଫଳରେ ଘର କାନ୍ଥ ଯୋଗେନ୍ଦ୍ରଙ୍କ ସ୍ତ୍ରୀ ସନ୍ଦ୍ୟାରାଣୀଙ୍କ ଉପରେ ମାଡି ବସିଥିଲା ସଙ୍ଗେ ସଙ୍ଗେ ପରିବାର ଲୋକେ ଏବଂ ଗ୍ରାମବାସୀ ଉଦ୍ଧାର କରିବା ସହିତ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ ରାସ୍ତା ଓ ନଦୀ ତାଙ୍କୁ ବାଧକ ସାଜିଥିଲା ଯେଉଁଥିପାଇଁ ଗାଡି ଯାଇପାରିନଥିଲା ଗ୍ରାମ ବାସି ଖଟରେ ବୋହି ଗୋଟେ କିଲୋମିଟର ନେବା ପରେ ବୋଲେରୋ ଯୋଗେ ମେଡିକାଲକୁ ନେଇଥିଲେ ସେଠାରେ ସନ୍ଧ୍ୟାରାଣୀ ର ବାମ ଗୋଡ ଭାଙ୍ଗି ଯାଇଥିବା ଡାକ୍ତର ଘୋଷଣା କରିଥିଲେ ସନ୍ଦ୍ୟାରାଣୀ ଜଣେ କାଳିଆହତା ପଞ୍ଚାୟତର 12 ନମ୍ବର ୱାର୍ଡର ୱାର୍ଡ ମେମ୍ବର ଭାବେ କାର୍ଯ୍ୟରତ ଥିବା ଜଣା ପଡିଛି ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ ଘର ସହିତ ସହାୟତା ଯୋଗାଇ ଦେବାପାଇଁ ଦାବି ହେଉଛି


More Stories
ଯୁକ୍ତ ଦୁଇ ପରୀକ୍ଷାରେ ସଫଳତା ପାଇଲେ ହିମାଂଶୁ
ଜଣାଶୁଣା ସମାଜସେବୀଙ୍କ ପରଲୋକ
ସାରା ରାଜ୍ୟରେ ମଇ ୨୦ ତାରିଖରେ ସମସ୍ତ ମେଡିସିନ ଦୋକାନ ବନ୍ଦ ରହିବ।