ବୌଦ୍ଧ 25/9(ଚିତ୍ତ ରଞ୍ଜନ ସିଂ )
କେବେ ସୁଧୁରିବ ଧଳପୁର -ହରଭଙ୍ଗା ପୂର୍ତ୍ତ ରାସ୍ତାର ଅବସ୍ଥା l ଦିନେ କି ଦୁଇ ଦିନ ନୁହେଁ ବାରମ୍ବାର ଉକ୍ତ ରାସ୍ତାର ସମସ୍ୟା ନେଇ ଲୋକଙ୍କ ଭିତରେ ଅଭିଯୋଗ ହେଉଛି l ଏପଟେ ପୂର୍ତ୍ତ ବିଭାଗ ସମାଧାନ ପରିବର୍ତ୍ତେ ଜାଣି ନଜାଣିଲା ପରି ନିଦ୍ରା ରେ ସୋଇଛି l ସୂଚନା ଥାଉକି ଧଳପୁର ଠାରୁ ହରଭଙ୍ଗା ଦୀର୍ଘ 18 କିଲୋମିଟର ରାସ୍ତା ଟି ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତରେ ଥିଲା l ପରବର୍ତ୍ତୀ ସମୟ ରେ ଉକ୍ତ ରାସ୍ତା ସହ ସଂଯୋଗ ହୋଇ ଖରାସଂକୁଲେଈ ଠାରେ ମହାନଦୀ ଉପରେ ନୂତନ ଭାବେ ଧଲପୁର-ଆଠମଲିକ ସେତୁ ନିର୍ମାଣ ହେବା ପରେ ଅରର୍ଡି ବିଭାଗ ଠାରୁ ପରିବର୍ତନ ହୋଇ ପୂର୍ତ୍ତ ବିଭାଗ ଅଧିନକୁ ଉକ୍ତ ରାସ୍ତା ଟି ଆସିଥିଲା l ବର୍ତମାନ ଏହି ରାସ୍ତା ଦେଇ ଦୈନିକ ଫୁଲବାଣୀ ରୁ କେଉଁଝର ଧଲପୁର ଦେଇ ସରକାରୀ ବସ ଯାଉଥିବା ବେଳେ ଅନ୍ୟପଟେ ହରଭଙ୍ଗା ଦେଇ ଅନୁଗୁଳ, କଟକ, ଭୁବନେଶ୍ୱର ବସ ଯାଉଛି l ତତସହିତ ଦୈନିକ କୋଇଲା ବୋଝେଇ ଟ୍ରକ, ବାଲି ହାଇବା ଯାଉଥିବା ବେଳେ ସହ ସହ ଲୋକ ଉଭୟ ପଟକୁ ଯାନ ବାହାନ ଦ୍ୱାରା ଯାତାୟତ କରୁଛନ୍ତି l କିନ୍ତୁ ଉକ୍ତ ରାସ୍ତା ସମସ୍ୟା ର ସମାଧାନ ହୋଇପାରୁନାହିଁ l ଏପରିକି ପୂର୍ବରୁ ରାସ୍ତା ସମସ୍ୟା ନେଇ କାଦଉପରେ ବସି ପ୍ରତିବାଦ କରିବା, ବିଭାଗ ଶୁଣୁନଥିବାରୁ ସ୍ଥାନୀୟ ଲୋକଙ୍କ ସହାୟତା ରେ ଖାଲ ଖମା ଗୁଡିକ ରେ ମାଟି ପକାଇବା l ଏସବୁ କରିବା ସହ ଅନେକ ଥର ବିଭାଗୀୟ କତୃପକ୍ଷ ଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ ରାସ୍ତା ସମସ୍ୟା ର ସମାଧାନ ହୋଇପାରୁନଥିବା ବେଳେ କେବଳ ଧର୍ମ କୁ ଆଖିଠାରଭଳି କାଁ ଭାଁ ସ୍ଥାନରେ ମରାମତି ନାମରେ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିବାରେ ଠିକାଦାର ଓ ଯନ୍ତ୍ରୀ ମାହିର ବୋଲି ସାଧରଣ ରେ ଅଭିଯୋଗ ଉଠୁଛି l ଏହି ରାସ୍ତା ଦେଇ ଫୁଲବାଣୀ ରୁ କେଉଁ ଝର ଯାଉଥିବା ସରକାରୀ ବସ ପୂର୍ବରୁ ଅନେକ ଥର କାଦ ରେ ଫସି ବହୁ ଅସୁବିଧା ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ତିନିଦିନ ହେଲା ପୁନର୍ବାର ଉକ୍ତ ବସ ଟି କାଦ ରେ ଫସିରହି ଖରାପ ଅବସ୍ଥା ରେ ପଡି ରହିଛି l ଅନ୍ୟପଟେ ସ୍ପଇସ ନାମକ ଏକ ଘରୋଇ ବସ ଭୁବନେଶ୍ୱର ଯାଉଥିବା ବେଳେ ଆଜି ମଲ୍ଲିକ ପଡା କ୍ଳଭର୍ଟ ଠାରେ ପଛ ଚକା କାଦ ରେ ପୋତି ହୋଇଯାଇଥିଲା l ଫଳରେ ବସର ସମସ୍ତ ଯାତ୍ରୀ ଓଲ୍ହାଇ ବଡ଼ ହିନସ୍ଥା ହେବାକୁ ପଡ଼ିଥିଲା ବୋଲି ଯାତ୍ରୀମାନେ ଦୁଃଖ ପ୍ରକାଶକରିଥିଲେ l ତେଣୁ ତୁରନ୍ତ ବିଭାଗୀୟ କତୃପକ୍ଷ ଉକ୍ତ ପୂର୍ତ୍ତ ରାସ୍ତାର ଉଚ୍ଚ ମାନର ରାସ୍ତା କାମ କରିବାକୁ ଅଞ୍ଚଳ ବାସି ଦାବି କରିଛନ୍ତି l


More Stories
ରାଜ୍ୟରେ ଉପରମୁହାଁ ପାରଦ: ୯ ସହର ୪୦ଂ ଉପରେ l
କରିତକର୍ମା ବାବୁ କୁବେର ଡେପୁଟି ମ୍ୟାନେଜରଙ୍କ ୨୯ଟି ମାତ୍ର ପ୍ଲଟ୍। ସମୁଦାୟ ସମ୍ପତ୍ତି ତାଲିକା ଆୟଠାରୁ ମାତ୍ର ୪୦୦ ପ୍ରତିଶତ ଅଧକ।
Odisha Vigilance has arrested a sub-treasury employee from Khandapada.