ବୌଦ୍ଧ( ଚିତ୍ତରଞ୍ଜନ ସିଂହ )
ବୌଦ୍ଧ ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ଦ୍ୱାରା ସ୍ଥାନୀୟ ସାଧୁ ଚରଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୀରନରସିଂହପୁର ଠାରେ ହିନ୍ଦୀ ଶିକ୍ଷକ ସଂଘ ସଭାପତି ଶ୍ରୀଯୁକ୍ତ ସଦାନନ୍ଦ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଓମ୍ ପ୍ରକାଶ ପ୍ରଧାନ, ବିଶିଷ୍ଟ ଅତିଥି ଭାବରେ ଜବାହର ନବୋଦୟ ବିଦ୍ୟାଳୟ,ବୌଦ୍ଧର ହିନ୍ଦୀ ଅଧ୍ୟାପକ ଶ୍ରୀଯୁକ୍ତ ଦିଲ୍ଲୀପ ବଡ଼ତ୍ୟା, ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ଭକ୍ତରାମ ମେହେର ,ଜିଲ୍ଲା ର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବସନ୍ତ କୁମାର ଦାସ ଓ ଜିଲ୍ଲା ସଂଘର ସମ୍ପାଦକ ଶ୍ରୀଯୁକ୍ତ ମନଜିତ୍ ମୋହନ ଚାନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥି ମାନେ ହିନ୍ଦୀ ଭାଷା ର ମହତ୍ତ୍ଵ ପ୍ରତିପାଦନ କରିବା ସହିତ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ହିନ୍ଦୀ ଭାଷା ଶିକ୍ଷଣର ବିକାଶ ଦିଗରେ ବିଭିନ୍ନ ଦିଗଦର୍ଶନ ଦେଇ ଥିଲେ । ଶ୍ରେଣୀ କକ୍ଷ ରେ ହିନ୍ଦୀ ଭାଷାର ବହୁଳ ବ୍ୟବହାର ହିଁ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ହିନ୍ଦୀ ଭାଷା ଶିକ୍ଷଣ ପାଇଁ ଉପାଦେୟ ହେବ ବୋଲି ଅତିଥି ମାନେ ମତପୋଷଣ କରିଥିଲେ । କଣ୍ଟାମାଳ ବ୍ଲକ ସାନ ଛପାପାଲି ର ହିନ୍ଦୀ ଶିକ୍ଷୟିତ୍ରୀ ଶ୍ରୀମତି ଇତିଶ୍ରୀ ମିଶ୍ର, ଗୋଛାପଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ମେହେର ନିଜର ବକ୍ତବ୍ୟ ରଖିଥିଲେ । ଉକ୍ତ ସଭାରେ ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗl ର ହିନ୍ଦୀ ଶିକ୍ଷକ ଶ୍ରୀମାନ ଦେବବ୍ରତ ପଶାୟତ ମଞ୍ଚ ସଞ୍ଚାଳନ କରି ଥିଲେ ଏବଂ ଶିକ୍ଷୟିତ୍ରୀ ରେଣୁବାଳା ବେହେରା ଧନ୍ୟବାଦ ଅର୍ପଣ କରି ଥିଲେ ।
ଏହି କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପରିଡା, ଅଧମ ଭୁଏ, ବିଭୂତି ଭୂଷଣ ମହାକୁଡ, ନାରାୟଣ ସେଠୀ, ସଙ୍ଗୀତ ଦଣ୍ଡେଶ,ରଶ୍ମିତା ସାହୁ, ରୋଜାଲିନ ପ୍ରଧାନ, ଶ୍ରଦ୍ଧା ସାହୁ, ଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ରୁ 60ଜଣ ହିନ୍ଦୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇ ଥିଲେ ।


More Stories
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ l
Dr. Sumant Kumar Patel, the officer of the Kaniha Health Center in Angul district, was caught by the vigilance while accepting a bribe of Rs. 49,000.
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ