ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ):ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବି ପୁରୁଣାକଟକ ବସିନୀ ମା ଭୈରବୀ ଙ୍କ ପୀଠରେ ଷୋଡଶ ପୂଜା ବା ଗୁପ୍ତ ପୂଜା ପାଇଁ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନ ଙ୍କ ଅଧକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି!ମା ଙ୍କ ପୀଠରେ ପ୍ରତିବର୍ଷ ପରି ଚଳିତ ବର୍ଷ ଅlଶ୍ୱିନମୂଳlଷ୍ଟମୀ ଠାରୁ ପୂଜା ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁ ରହିବl ନେଇ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି!ଆସନ୍ତା ମାସ 6/10. ଶୁକ୍ରବାର ମୂଳlଷ୍ଟମୀ ତିଥି ହେଉଥିବାରୁ ମା ଙ୍କ ପୂଜା ଆରମ୍ଭ ଓ ଖଣ୍ଡା ବସା ନୀତି,14/10ଶନିବାର ମହାଳୟା ଖଣ୍ଡା ଲେଉଟା ନୀତି,22ରେ ଶନିବାର ପିଠେ ମହାଷ୍ଟମୀ ପୂଜା,24ରେ ମଙ୍ଗଳବାର ମାଙ୍କ ପିଠେ ଦଶହରା ଵା ବିଜୟା ଦଶମୀ ନୀତି,28/10ଶନିବାର କୁମାର ପୂର୍ଣ୍ଣିମା, ଚନ୍ଦ୍ର ଗ୍ରହଣ ଥିବାରୁ ଦିବା 10ଘଣ୍ଟା ଠାରୁ ବିସର୍ଜନ ପୂଜା ନୀତି ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି! ଉକ୍ତ ବୈଠକ ରେ କମିଟି ସମ୍ପାଦକ ସୁସେଣ ପ୍ରଧାନ,ରାମଚନ୍ଦ୍ର ସାହୁ, ସରୋଜ ପ୍ରଧାନ, ସୁକାନ୍ତ ଦାସ ଙ୍କ ସମେତ ଅଞ୍ଚଳ ର ଷୋଳ ଖଣ୍ଡ ମୌଜା ର ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ l
ମା ଭୈରବୀ ଙ୍କ ଷୋଡଶ ପୂଜା ପାଇଁ ପ୍ରସ୍ତୁତି ବୈଠକ…

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l