ବୌଦ୍ଧ, ( ଚିତ୍ତରଞ୍ଜନ ସିଂହ ), ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ବଡ଼ବନ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ହରେକୃଷ୍ଣପୁର ଉଚ୍ଚ ବିଦ୍ୟାଳୟ ପରିସର ରେ ଜିଲ୍ଲା ପ୍ରଶାସନ ମଙ୍ଗଳ ବିଭାଗ ପକ୍ଷରୁ ଅବିଭାବକ ଆମର ଅଂଶୀଦାର (ଆମେ ଜାଣିବା. ଆମେ ଜିଣିବା )କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବଡବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଜିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟନାରାୟଣ ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏଡିଏମ ଦାରିଦ୍ର ଭଞ୍ଜନ ମଦନ ମହନ ମହାପାତ୍ର, ସଂମାନିତ ଅତିଥି ଭାବେ ବିଡ଼ିଓ ସ୍ୱପ୍ନିତା ନାୟକ, ଆଲୁମିନି ସଭାପତି ବର୍ଷା ରାଣୀ ପ୍ରଧାନ,ପ୍ରମୁଖ ମଞ୍ଚାସିନ ଥିଲେ l ପ୍ରଥମେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିବରଣୀ ପଠନ କରିଥିଲେ l ଶିକ୍ଷକ ତପନ ପତି ମଞ୍ଚ ପରିଚାଳନା କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମ ରେ ଅଭିଵାବକ ଓ ଅଭିବାଭିକା ମାନଙ୍କୁ ନେଇ ମୁ୍ୟଜିକ ଚେୟାର ର ଆମୋଦ ପ୍ରୋମଦ କାର୍ଯ୍ୟକ୍ରମ କରାଯାଇଥିଲା l ଛାତ୍ରଛାତ୍ରୀ ଙ୍କୁ ବାଲ୍ୟ ବିବାହ ପ୍ରଥା କୁ ନା, ବିଦ୍ୟାଳୟ କୁ ହଁ ନେଇ ମାର୍ଗ ଦର୍ଶକ ଦିଆଯାଇଥିଲା l ମୁଖ୍ୟ ଵକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ଜିତେନ୍ ପଟ୍ଟନାୟକ ଯୋଗ ଦେଇ ନିଜର ଅବିଭାଷଣ ରଖିଥିଲେ l ଏବଂ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କୁ ନେଇ ବକୃତା, ଏସେ, ଗୀତ, ଝୋଟି ଭଳି ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ସଂମ୍ମାନିତ କରାଯାଇଥିଲା l ଛାତ୍ରଛାତ୍ରୀଙ୍କ ଦ୍ୱାରା ହୋଇଥିବା ଏକ ଫୋଟ ପ୍ରଦର୍ଶନୀ ମେଳା କୁ ଏଡିଏମ ପରିଦର୍ଶନ କରିଥିଲେ, ଶେଷରେ ସାଂକୃତିକ କାର୍ଯ୍ୟକ୍ରମ ପରିବେଶଣ ହୋଇଥିଲା l ଶିକ୍ଷୟତ୍ରୀ ରାଜଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ କର୍ମଚାରୀ ସହଯୋଗ କରିଥିଲେ l ସେହିପରି ହରେକୃଷ୍ଣପୁର ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ମଧ୍ୟ ଆମେ ଜାଣିବା ଓ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
More Stories
ବ୍ଲକ ରେ ପାଳିତ ହେଲା ସ୍ୱଚ୍ଛତା ହିଁ ସେବା ଦିବସ l
ବେଗୁନିଆପଡ଼ା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଧାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ l
ବେଗୁନିଆପଡା ଵି ଡି ଓ ଙ୍କୁ ଗାଁ ସାଥି ସଂଘର ଦାବିପତ୍ର ପ୍ରଦାନ l