ବୌଦ୍ଧ ନଗରରେ ବିଶାଳ ଶୋଭାଯାତ୍ରା ଓ ମହାନଦୀ ଆଳତୀସହ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ l

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ଓ ବରିଷ୍ଠ ବିଜେପି ନେତା ପୂର୍ବତନ ବିଧାୟକ ପାର୍ଥି ସୁଶାନ୍ତ ପ୍ରଧାନ ଙ୍କ ନେତୃତ୍ୱ ରେ ଆଜି ଅନ୍ତିମ ଦିନ ରେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୌଦ୍ଧ ଗ୍ରାମୀଣ ଛ ନମ୍ବର ମଣ୍ଡଳ ଏବଂ ବୌଦ୍ଧ ନଗର ଦଶ ନମ୍ବର ମଣ୍ଡଳ ର ବିଭିର୍ଣ୍ଣ ଗ୍ରାମ ବୁଲି କେନ୍ଦ୍ର ସରକାର ଙ୍କ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ କରା ଯାଇଥିଲା l କାର୍ଯ୍ୟକ୍ରମ ର ପରିଶେଷରେ ହଜାର ହଜାର ଶ୍ରଦ୍ଧାଳୁ ଓ ଦେଶ ପ୍ରେମୀ ସ୍ୱତୋପ୍ରବୃତ ଭାବେ ବୁଟୁପାଲି ଛକରୁ ବୌଦ୍ଧ ସହର ରେ ଥିବା ଚନ୍ଦ୍ରଚୂଡ଼ ମନ୍ଦିର ଯାଏଁ ପଦଯାତ୍ରା ରେ ଆସିଥିଲେ, ଓ ମନ୍ଦିର ପାର୍ଶ୍ଵରେ ଥିବା ମହାନଦୀ ଘାଟ ରେ ସାମୁହିକ ଏକଶହ ଏକ ଆଳତୀ ଓ ସନ୍ଧ୍ୟା ପାର୍ଥନା କରାଯାଇଥିଲା, କାର୍ଯ୍ୟକ୍ରମ ପରିଶେଷରେ ସମସ୍ତେ ଏକା ସାଙ୍ଗରେ ପ୍ରସାଦ ସେବନ କରିଥିଲେ ଏବଂ ଦିନ ତମାମ
କଳସ ସଭାଯାତ୍ରା ବିଭିର୍ଣ୍ଣ ଗ୍ରାମ ବୁଲିଥିବା ନଜର କୁ ଆସିଥିଲା ସର୍ବପ୍ରଥମେ ଶୋଭାଯାତ୍ରା ଟି ଲଷ୍ମୀପ୍ରସାଦ ପଞ୍ଚାୟତ ର ନାରାୟଣନଗର ଗ୍ରାମ ରୁ ଭବ୍ୟ ସ୍ୱାଗତ ସହ ଅଞ୍ଚଳର ଜନ୍ହାପଙ୍କ, ବଲାସିଙ୍ଗା, ଗମ୍ଭାରୀ ପଦର, ମୁର୍ଷୁଣ୍ଡି, ଟୁଟୁସିଙ୍ଗା, ବୌଦ୍ଧ ସହର ପରିକ୍ରମା କରି ସମସ୍ତ ଦେବାଳୟ ଓ ଘର କୁ ଘର ବୁଲି ବୀର ମାନଙ୍କ ଉଦେଶ୍ୟରେ ମୃତିକା ସଂଗ୍ରହ କରିଥିଲା lଗ୍ରାମରେ ଏହି କାର୍ଯ୍ୟକ୍ରମ ଟି ସୁଶାନ୍ତ ପ୍ରଧାନ ଙ୍କ  ନେତୃତ୍ୱ ରେ ହେବା ସହ କାର୍ଯ୍ୟକ୍ରମ ରେ  ସରୋଜ ପ୍ରଧାନ, ସଂଯୋଜୋକ ଯୁଗଳ କିଶୋର ସାମଲ, ବରିଷ୍ଠ ନେତା ତଥା ବୌଦ୍ଧ ବିଧାନସଭା ପ୍ରଭାରୀ ରାକେଶ ତ୍ରିପାଠୀ, ସାତ ନମ୍ବର ମଣ୍ଡଳ ସଭାପତି ଶମ୍ଭୁ ପ୍ରସାଦ ପ୍ରଧାନ, ଛ ନମ୍ବର ମଣ୍ଡଳ ସଭାପତି ନବୀନ ହୋତା, ଜିଲ୍ଲା ଉପସଭାପତି ତ୍ରିପୁରାରି ବେହେରା, ପ୍ରଦୋଷ ମିଶ୍ର,ବିଜେପି ଅନୁସୂଚିତ ଜାତି ଅଦକ୍ଷ ରାଜୀବ ଭାଇ, ବରିଷ୍ଠ ବିଜେପି ନେତା ତଥା ଲିଗାଲ ସଭାପତି ଚିତ୍ତରଞ୍ଜନ ପାଣିଗ୍ରାହୀ, ପୂର୍ବତନ ସଭାପତି ସୌମିତ୍ରୀ ନାୟକ, ବିଜେପି ଜିଲ୍ଲା ସମବାୟ ଅଧକ୍ଷ ସୁବାସ ପ୍ରଧାନ, ଅଜିତ ବାଘ, ପୂର୍ବତନ ସମିତି ମେମ୍ବର ତରଣୀ ବାରିକ, ରଞ୍ଜନ ପ୍ରଧାନ, ଙ୍କ ସହ ଅଞ୍ଚଳ ର ଅନେକ ସରପଞ୍ଚ, ସମିତି ସଭ୍ୟ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଯୁବକ,ଛାତ୍ର ଏବଂ ଅନେକ ସ୍ବେଛାସେବୀ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ  l

error: Content is protected !!