ରିପୋର୍ଟ :(ଚିତ୍ତ ରଞ୍ଜନ ସିଂ)
ବୌଦ୍ଧ 26/8/23.ନୂଆଦିଲ୍ଲୀର Constitution Club of India ଠାରେ ଆଜି ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ ଏହି ସମ୍ମାନ ଗ୍ରହଣ କରିଛନ୍ତି l ବୌଦ୍ଧ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ ଏବଂ ଜିଲା ହସ୍ତତନ୍ତ ସହକାରୀ ନିର୍ଦ୍ଦେଶକ ବିନାୟକ ପୃଷ୍ଟି ନୂଆଦିଲ୍ଲୀ ରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇଛନ୍ତି l ୨୦୨୩ ମସିହା ପାଇଁ ବିଭିନ୍ନ କ୍ଷେତ୍ର ରେ ଉଲେଖନୀୟ କାର୍ଯ୍ୟ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । ବୌଦ୍ଧ ଜିଲାରେ ହସ୍ତତନ୍ତ ଉନ୍ନୟନ କାର୍ଯ୍ୟକ୍ରମରେ ଉତ୍କର୍ଷ କାମ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ବୌଦ୍ଧ ଜିଲାର ପାଟ ଲୁଗା, ମଠା ଲୁଗା, ମନମୁଣ୍ଡିଆ ଗାମୁଛା, ମର୍ଜାକୁଦିଆ ଗାମୁଛା ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଛି । ବୌଦ୍ଧ ବୁଣାକାରମାନଙ୍କ ଉନ୍ନତି ଓ ଉତ୍ପାଦିତ ବସ୍ତ୍ରର ବିକ୍ରୟ ସୁବିଧା ପାଇଁ ବୃହତ ବୁଣାକାର ବଜ଼ାର ପ୍ରଶାସନ ଦ୍ୱାରା ଆରମ୍ଭ କରାଯାଇ ପରିଚାଳନା କରାଯାଉଛି l


More Stories
ଗୁଜରାଟୀ ଗୁରୁ ଗିରଫ, ଧର୍ମ, ଆଧ୍ୟାତ୍ମିକ ପ୍ରବଚନ ନାରେ ଟଙ୍କା କେଳଙ୍କାରିରେ ଲିପ୍ତ ଥିଲେ।
ସୁପ୍ରିମକୋର୍ଟ ସୁଣାଇଲେ ମହିଳାମାନଙ୍କ ୠତୁସ୍ରାବ ଛୁଟି ବାତିଲ୍।
କରାଚିରେ ଖେମିନିଙ୍କ ସମର୍ଥକଙ୍କ ଉପରେ ଆମେରିକା ସୈନ୍ୟଙ୍କ ଗୁଳିମାଡ଼ରେ ୧୨ ମୃତ।