ରିପୋର୍ଟ :-ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି- ତା 28.09(ଆମ ଓଡିଶା ଖବର ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ବେହେରାମୁଣ୍ଡା ମସଜିଦ୍ ରେ ଆଜି ମୁସଲମାନ ମାନେ ସାମୁହିକ ଭାବେ ମୁସ୍ଲିମ୍ ଧର୍ମ ମହମ୍ମଦ୍ ଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି l
ଏହି ଜୟନ୍ତୀ ପାଳନ ଅବସରରେ ବେହେରାମୁଣ୍ଡା ଗ୍ରାମ ସ୍ଥିତ ସମସ୍ତ ମୁସ୍ଲିମ୍ ସମ୍ପ୍ରଦାୟର ଲୋକମାନେ ଆଜି ପାରମ୍ପରିକ ପୋଷାକ ପିନ୍ଧି ପରିବାରର ସମସ୍ତ ସଦସ୍ୟ ମସଜିଦ୍ କୁ ଯାଇ ସାମୁହିକ ପ୍ରାର୍ଥନା କରି ନମାଜ୍ ପଢ଼ି ଖୁଦା ଙ୍କ ପାଖରେ ନିଜର ମଙ୍ଗଳ କାମନା କରି ଆଶୀର୍ବାଦ ମାଗିଥିଲେ ଓ ଗ୍ରାମରେ ଜୁଲୁସ ବାହାର କରି ଗ୍ରାମରେ ବିଭିନ୍ନ ନାରା ଦେଇ ଗ୍ରାମ ପରିକ୍ରମା କରି ସମସ୍ତ ଓଡ଼ିଆ ଭାଇ, ଭଉଣୀ, ମାଆ, ମାଉସୀଙ୍କୁ ମିଷ୍ଠାନ୍ନ ବାଣ୍ଟିଥିଲେ |
ମହମ୍ମଦ୍ ମୁସ୍ଲିମ୍ ଧର୍ମର ଖୁଦା ହୋଇଥିବା ବେଳେ ତାଙ୍କର ଜନ୍ମ ଜୟନ୍ତୀ ଆଜି ସମଗ୍ର ବିଶ୍ଵରେ ଅତି ଧୁମ୍ ଧାମ୍ ରେ ପାଳିତ ହୋଇଯାଇଛି l ଆଜିର ଏହି ଉତ୍ସବ ପାଳନ ଅବସରରେ ଗଫୁର୍ ଖାଁ, ମହମ୍ମଦ ଜିନ୍ନା, ସତାର ମହମ୍ମଦ କୁରେସି, ଏସ ଏମ୍ ଇଶା, ଏସ ଏମ୍ ୟୁନୁସ,ମହମ୍ମଦ ଅସଲମ, ଆଲାଫ ଖାଁ,ସୟଦ ମହମ୍ମଦ ସବୀର, ଜାହାନ ଖାଁ,ହମିଦ ଖାଁ, ନଥୁ ଖାଁ,ତମଜୀର ଖାଁ, ଇକବାଲ ଖାଁ,ଆୟୁବ ଖାଁ, ଆଲିମ, ନଜିର୍, ମନନ, ଇସୁଫ ,ମହମ୍ମଦ ସଲିମ, ପିଣ୍ଟୁ ଖାଁ ସମେତ ଅନେକ ବ୍ୟକ୍ତି ଓ କୁନି କୁନି, ମୁସଲିମ ପୁଅ, ଝିଅ ବହୁ ମାତ୍ରାରେ ସାମିଲ ହୋଇ ଏହି ଜନ୍ମ ଜୟନ୍ତୀ ପାଳନ କରିଥିଲେ l
More Stories
ବୌଦ୍ଧ ନଗରରେ ବିଶାଳ ଶୋଭାଯାତ୍ରା ଓ ମହାନଦୀ ଆଳତୀସହ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ l
ବୌଦ୍ଧ ଜିଲାକୁ ମିଳିଲା ସମ୍ମାନଜନକ ସ୍କଚ ଆୱାର୍ଡ l
*ଆଗାମୀ ୨୫ ବର୍ଷରେ ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ ମୋଦୀ*