ବୌଦ୍ଧ,(ଚିତ୍ତରଞ୍ଜନ ସିଂ) ଐତିହ୍ୟପୁର୍ଣ୍ଣ ବୌଦ୍ଧ ଜିଲ୍ଲାର ପ୍ରାଚୀନ କୀର୍ତ୍ତିରାଜି ଗୁଡ଼ିକ ଅବହେଳିତ ହୋଇ ପଡ଼ିଛି।ଐତିହ୍ୟପୂର୍ଣ୍ଣ ସ୍ଥାନ ଓ ସୁନ୍ଦର ପରିବେଶ ଏବଂ ପ୍ରାକୃତିକ ଶୋଭାରେ ପରିପୂର୍ଣ ସ୍ଥାନ ଗୁଡିକ ସଂମ୍ପର୍କରେ ପ୍ରଚାର ପ୍ରସାର ଅଭାବରୁ ଏ ସଂମ୍ପର୍କରେ ଲୋକମାନେ ଅଧିକ ଜାଣି ପାରୁ ନାହାଁନ୍ତି। ଜିଲ୍ଲା ଗଠନର ୨୯ ବର୍ଷ ପରେ ବି ପର୍ଯ୍ୟଟନ ବିଭାଗର କାର୍ଯ୍ୟଳୟଟିଏ ନଥିବା ଦୁଃଖ ଦାୟକ। ଅଷ୍ଟମ ଶତାବ୍ଦୀର ବୌଦ୍ଧ କୀର୍ତ୍ତିରାଜି ଅବହେଳିତ ଅବସ୍ଥାରେ ପଡି ରହିଛି। ଉପଯୁକ୍ତ ପ୍ରଚାର ପ୍ରସାର ହେଲେ ବିଦେଶୀ ପର୍ଯ୍ୟଟକଙ୍କ ସୁଅ ଛୁଟିବ। ବାଉଁଶୁଣୀ ସ୍ଥିତ ଦ୍ଵାଦଶ ଶତାବ୍ଦୀର ଶିବ ମନ୍ଦିର ଗୋଟିଏ ପଟକୁ ଢଳି ଗଲାଣି। କ୍ରମାଗତ ଅବହେଳାର ଶିକାର ହୋଇ ଥିବା ଏହି କୀର୍ତ୍ତିରାଜି ସଂମ୍ପର୍କରେ ଆଗାମୀ ବଂଶଧର କେବଳ ଇତିହାସ ପଢ଼ିବେ ସିନା ଦେଖିବାର ସୌଭାଗ୍ୟ ପାଇ ପାରିବେ ନାହିଁ। ବୌଦ୍ଧ ସହର ମଧ୍ୟରେ ଥିବା ରାମେଶ୍ବର ମନ୍ଦିର ଓ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଜଗତି ନିକଟସ୍ଥ ଐତିହାସିକ ଗନ୍ଧରାଡ଼ିଠାରେ ପୂଜା ପାଉଥିବା ହର ଓ ହରିଙ୍କ ମନ୍ଦିର ଉପଯୁକ୍ତ ରକ୍ଷଣା ବେକ୍ଷଣ ହେଉ ନାହିଁ। ଏହି ମନ୍ଦିରର ବିଶେଷତ୍ଵ ହେଉଛି ଗୋଟିଏ ପିଣ୍ଡିରେ ନିର୍ମିତ ହୋଇଥିବା ବେଳେ ମନ୍ଦିର ଦ୍ବୟର କାରୁକାର୍ଯ୍ୟ ସମାନ।ତେବେ ସାଧାରଣତଃ ମନ୍ଦିର ଚୁଡ଼ାରେ ବାନା ଲାଗୁଥିବା ବେଳେ ଏଠାରେ ହର ମନ୍ଦିର ଚୁଡାରେ ଲିଙ୍ଗ ଥିବା ବେଳେ ହରି ମନ୍ଦିର ଚୁଡ଼ାରେ ଚକ୍ର ବିଦ୍ୟମାନ। ଯାହାକି ପୃଥିବୀର ଅନ୍ୟ କୌଣସି ସ୍ଥାନରେ ଦେଖାଯାଏ ନାହିଁ। ମନ୍ଦିର ଦ୍ଵାର କାନ୍ଥରେ ନାଗ ମାତା ଓ ବିଭିନ୍ନ ଦେବ।ଦେବୀ ପୂଜା ପାଉଥିବା ଦେଖିବାକୁ ମିଳୁଛି। ସେହିପରି ମନ୍ଦିରର ଝରକା ଗୁଡ଼ିକ ଏକ ସରଳ ରେଖାରେ ଅବସ୍ଥିତ। ଏହା ଗୋଟିଏ ଝରକର ଏକ କଣାରୁ ଦେଖିଲେ ଚତୁର୍ଥ ଝରକାର ସେହି କଣା ଦେଖାଯିବ।

ଏଥିରୁ ସ୍ପଷ୍ଟ ଜଣାପଡେ ସେ ସମୟର କାରିଗରଙ୍କ ହାତର ଯ।ଦୁଗରି। ଏହି ମନ୍ଦିରର ଆଉ ଏକ ବିଶେଷତ୍ଵ ହେଲା ସୂର୍ଯ୍ୟ ଉଦୟ ହେଲେ ତାଙ୍କ ପ୍ରଥମ କିରଣ ହର ମନ୍ଦିରର ଏକ ଗବାକ୍ଷ ଦେଇ ଲିଙ୍ଗରେ ପଡୁଥିବା ବେଳେ ହରି ମନ୍ଦିରର ବିଷ୍ଣୁ ଙ୍କ ପାଦରେ ପଡେ।କିନ୍ତୁ ଯେତେ ବର୍ଷା ହେଲେ ମଧ୍ୟ ଏହି ଗବ।କ୍ଷ ଦେଇ ବର୍ଷା ପାଣି ପଡ଼େ ନାହିଁ।ତେବେ ୧୯୫୪ ମସିହାରୁ ଏହି ମନ୍ଦିର ଭାରତୀୟ ପ୍ରତ୍ନତାତ୍ବିକ ବିଭାଗ ଅଧିନରେ ରହିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ଉନ୍ନତୀ କରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯ।ଇନାହିଁ। ବିଗତ ଦିନରେ ଏହି ମନ୍ଦିରକୁ ଦେଶ ବିଦେଶରୁ ପର୍ଯ୍ୟଟକ ଆସୁଥିଲେ।କିନ୍ତୁ ଏଠାରେ ତାଙ୍କ ରହିବା ସୁବିଧା ନଥିବାରୁ ପର୍ଯ୍ୟଟକ ଆସୁ ନାହାନ୍ତି।ଯଦି ଏହି ମନ୍ଦିର ପରିସର ମଧ୍ୟରେ ଏକ ପାର୍କ ସହିତ ଉଜ୍ଜଳ ଆଲୋକ ବ୍ୟବସ୍ଥା କରାଯିବା ସହିତ ଜହ୍ନ।ପଙ୍କ ଛକରୁ ମନ୍ଦିର ପର୍ଯ୍ୟନ୍ତ ଷ୍ଟ୍ରିଟ ଲାଇଟ୍ ଲଗା ଯାଏ ତେବେ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହିତ ଏହାର ଗାରିମା ବଢ଼ନ୍ତା ଏବଂ ପର୍ଯ୍ୟଟନ ଦିବସ ପାଳନର ଯଥାର୍ଥତା ପ୍ରତିପାଦନ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।


More Stories
ପିସିଆର ବେବହାର କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ଆସିଲା କଡ଼ା ନିୟମ।
Revenue Inspector arrested by Odisha Vigilance for accepting Rs 5,000 bribe.
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।