ମାଣିକପୁର ଗାଁ ମୁଣ୍ଡରେ ହାତୀ ପଲ, ଆତଙ୍କିତ ଅବସ୍ଥାରେ.ଗ୍ରାମବାସୀଦେବଧର ରଣାଙ୍କ ଜମିରେ ପଶିବାରୁ ଧାନ ନଷ୍ଟ l

ବୌଦ୍ଧ,, ( ଚିତ୍ତରଞ୍ଜନ ସିଂହ )

ଗାଁ ମୁଣ୍ଡରେ ଜଙ୍ଗଲି ହାତୀ । ଭୟରେ ଗ୍ରାମବାସୀ । ୨ ଛୁଆ ସହ ୧୨ଟିକିଆ ହାତୀପଲ ଥିବା ସୂଚନା ମିଳିଛି । ବୌଦ୍ଧ ବନଖଣ୍ଡ କଣ୍ଟାମାଳ ବନାଞ୍ଚଳ ଅନ୍ତର୍ଗତ  ଘଣ୍ଟାପଡା ସେକ୍ସନର ମାଣିକପୁର ଗାଁ ପାର୍ଶ୍ଵରେ ଥିବା ତେଲ ନଦୀକୂଳରେ ହାତୀପଲ ରହିଥିବା ଦେଖିବାକୁ ମିଳିଛି l ସୂଚନାମତେ କିଛିଦିନ ହେବ ବରଗାଁ ଅଞ୍ଚଳରେ ହାତୀପଲ ରହିଛନ୍ତି l ଗତକାଲି ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ଉକ୍ତ ଅଞ୍ଚଳକୁ ଆସି ଅନୁଧ୍ୟାନ କରିଥିଲେ l ତେବେ ଆଜି ସକାଳୁ ହାତୀପଲ ତେଲନଦୀର ପାଣି ଭିତରେ ଥିବା ଦେଖିଥିଲେ ମାଣିକପୁର ଗ୍ରାମବାସୀ । ଗ୍ରାମର ଚାଷୀ ଦେବଧର ରଣାଙ୍କ ଜମିରେ ପଶି ଧାନ ଖାଇବା ସହ ଦଳିମାଡି ନଷ୍ଟ କରିଛନ୍ତି l ଏନେଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେବାରୁ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶରେ କଣ୍ଟାମାଳ ବନାଞ୍ଚଳ ଅଧିକାରୀ ଓ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ।  ପ୍ରତିବର୍ଷ ବିଭିନ୍ନ ସମୟରେ ହାତୀ ଆସି ଘର ଦ୍ଵାରା ଭଙ୍ଗିବା ସହ ଚାଷ କ୍ଷୟକ୍ଷତି କରୁଛନ୍ତି । ସେଥିପାଇଁ ଭୟଭୀତ ଅବସ୍ଥାରେ ଗ୍ରାମବାସୀ ରହି ଥିବା ଜଣାପଡିଛି । ପ୍ରାପ୍ତ ସୂଚନାପ୍ରକାରେ ହାତୀପଲର ମୂଖ୍ୟ ଦନ୍ତାହାତୀ ୪/୫ ଦିନ ପୂର୍ବରୁ ତେଲ ନଦୀ ପାରହୋଇ ତରଭା ବନାଞ୍ଚଳକୁ ଚାଲିଯାଇଛି । ତାକୁ ଅନୁସରଣ କରି କିଛିଦିନ ହେଲା ମାଣିକପୁର ତେଲ ନଦୀ ପାଖାପାଖି ଅପରପାର୍ଶ୍ୱକୁ ପାର ହେବା ପାଇଁ ଚେଷ୍ଠା ଚଳାଇଛନ୍ତି ହାତୀପଲ । ହାତୀପଲରେ ଛୋଟ ଛୋଟ ଛୁଆ ଥିବାରୁ ତେଲ ନଦୀର ଖରସ୍ରୋତା ପାଣିରେ ପାର ହୋଇପାରୁ ନାହାନ୍ତି । ଅନ୍ୟପକ୍ଷେ ଅପରପାର୍ଶ୍ୱରେ ରହିଥିବା ଲୋକେ ବାଣ ଫୁଟାଇ ଘଉଡ଼ାଇବା ଯୋଗୁଁ ହାତୀପଲ ମାଣିକପୁର ତେଲନଦୀ ସଂଲଗ୍ନ ଜଙ୍ଗଲରେ ଆଶ୍ରୟ ନେଇଛନ୍ତି l ଖୁବ ଶୀଘ୍ର ହାତୀପଲ ଘଉଡ଼ାଇବାକୁ ଉଦ୍ୟମ କରାଯିବ ବୋଲି କହିଛନ୍ତି ଘଣ୍ଟାପଡ଼ା ବନପାଳ ଚନ୍ଦ୍ରଶେଖର ଦାସ । ଖବର ଲେଖାଯିବା ପର୍ଯ୍ୟନ୍ତ ହାତୀପଲକୁ ଘଉଡ଼ାଯାଇ ପାରିନଥିବା ଜଣାପଡିଛି l

error: Content is protected !!