ହରଭଙ୍ଗା ୨୯.୦୯ ଶୁକ୍ରବାର ଦିନ ସ୍ଥାନୀୟ ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ହରଭଙ୍ଗା ଠାରେ ବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ସୁଦାମ ଚରଣ ପୃଷ୍ଟି ଙ୍କ ସଭାପତିତ୍ବରେ ବିଦ୍ୟାଳୟର ଯୁବ ରେଡ୍ କ୍ରସ୍ ଶାଖା ଆନୁକୁଲ୍ୟରେ ବିଶ୍ଵ ହୃଦ୍ ଦିବସ( ବିଶ୍ୱ ହୃଦୟ ଦିବସ ) ପାଳନ କରାଯାଇଛି।ଉକ୍ତ କାର୍ଯ୍ୟକ୍ରମଟିକୁ YRC ଶାଖାର କାଉନସିଲର ଶ୍ରୀ କୁସଧ୍ୱଜ ମହାକୁଡ ଓ ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ମନୋଜ କୁମାର ପ୍ରହରାଜ ପରିଚାଳନା କରିଥିଲେ ।ଆଜିର ଦିବସର ଗୁରୁତ୍ଵ ଓ ଏହାର ତାପ୍ତର୍ଯ ତଥା ଏହାର ବିଷୟ ବସ୍ତୁ ପ୍ରତେକ ହୃଦୟ ପାଇଁ ହୃଦୟ ବ୍ୟବହାର କରନ୍ତୁ (Use heart for every heart)ଉପରେ ଶ୍ରୀଯୁକ୍ତ ପ୍ରହରାଜ ଆଲୋଚନା କରିବା ସହିତ ପ୍ରତେକଙ୍କର ହୃତପିଣ୍ଡ ର ସୁରକ୍ଷା ପାଇଁ ହାର୍ଦିକ ସହାୟତା କରିବା ପାଇଁ ସ୍ବେଚ୍ଛାସେବୀ ସେବୀ ମାନେ ପାଳନ କରିବା ଉଚିତ୍। ଆମ ହୃତପିଣ୍ଡ ର ଯତ୍ନ ଆମ ହାତରେ ।ଏହି କାର୍ଯ୍ୟ କ୍ରମରେ ବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମ ଚାରି ତଥା ଛାତ୍ରଛାତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ ।
ବିଶ୍ଵ ହୃଦ୍ ଦିବସ ପାଳନ l


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.