ରିପୋର୍ଟ :-ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି:୦୧/୧୦(ଆମ ଓଡିଶା ଖବର )ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜୁନାପାଣି ବାଳିକା ଆଶ୍ରମ ବିଦ୍ୟାଳୟ ଠାରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରିମିଚନ ଚୌହାନ ଙ୍କ ନେତୃତ୍ୱରେ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ,ଛାତ୍ର ଛାତ୍ରୀ ମାନେ ଆଜି ସକାଳେ ୧୦ଘଣ୍ଟିକା ସମୟରେ ଏହି ସଫେଇ ଅଭିଯାନ ରେ ସାମିଲ ହୋଇଥିଲେ।ଦେଶର ମାନନୀୟ ପ୍ରଧାନ ମନ୍ତ୍ରୀ ଙ୍କ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମକୁ ସାକାର ରୂପ ଦେବାକୁ ଆଶ୍ରମ ବିଦ୍ୟାଳୟ ପକ୍ଷରୁ ପରିଚ୍ଛନ୍ନତା କାର୍ଯ୍ୟକ୍ରମ ହାତକୁ ନିଆଯିବା ସହିତ ଆହୁରି ଅନେକ ସ୍ବଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।ଆଜି ଅନୁଷ୍ଠିତ ଏକ ଘଣ୍ଟା ଶ୍ରମଦାନ ସ୍ୱରୂପ ଛାତ୍ର ଛାତ୍ରୀ, ଶିକ୍ଷକ,ଶିକ୍ଷୟତ୍ରୀ ସମସ୍ତ ସ୍କୁଲ ର କର୍ମଚାରୀମାନେ ବ୍ୟାପକ ସଫେଇ କରିବା ସହିତ ସ୍ବଚ୍ଛତା ଅଭିଯାନ ନିମନ୍ତେ ଶପଥ ନେଇଥିଲେ।ଏଥି ସହିତ ସ୍ଥାନୀୟ ଗ୍ରାମ ବାସୀଙ୍କ ସହିତ ମିଶି ସମସ୍ତ ଲୋକଙ୍କୁ ପରିବେଶକୁ ସ୍ୱଚ୍ଛ ରଖିବା ନିମନ୍ତେ ପ୍ରେରିତ କରିଥିଲେ।ଏହି ସଫେଇ ଅଭିଯାନ କାର୍ଯ୍ୟକ୍ରମରେ ଫଟକି ସ୍କୁଲ ର ଶିକ୍ଷକ ଧୀରେନ୍ଦ୍ର କୁମାର ଜଗତ ଓ ଉକ୍ତ ଆଶ୍ରମ ବିଦ୍ୟାଳୟ ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ନାୟକ,ଶିକ୍ଷୟତ୍ରୀ ଭାନୁମତି ମହାରଣା,ସସ୍ମିତା ବେହେରା, ମେଟ୍ରନ୍ ଦିପ୍ତିମୟୀ ସାମଲ,ଓ ବିଦ୍ୟାଳୟର କର୍ମଚାରୀମାନେ ସାମିଲ ହୋଇଥିଲେ।


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ