ବୌଦ୍ଧ 04/10(ଚିତ୍ତ ରଞ୍ଜନ ସିଂ ) କଲେଜ ର ଡିଇଓ ଙ୍କୁ ଉପଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସ୍। ସନ୍ତୋଷ ଜନକ ଉତ୍ତର ନ ମିଳିଲେ ହେବ ଦୃଢ଼କାର୍ଯ୍ୟାନୁଷ୍ଠାନ-(ଉପଜିଲ୍ଲାପାଳ )
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ର ପ୍ରଥମ ବର୍ଷ ଛାତ୍ର ଛାତ୍ରୀଙ୍କ ଠାରୁ ଏନରୋଲମେଣ୍ଟ ଫିସ୍ ବାବଦକୁ ଅଧିକ ଟଙ୍କା ଆଦାୟ ପ୍ରସଙ୍ଗ ରେ ବୌଦ୍ଧ ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କଁହର ମହାବିଦ୍ୟାଳୟର ସମ୍ପୃକ୍ତ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ଧୀରେନ୍ ସାହୁ ଙ୍କୁ କାରଣ ଦର୍ଶାଅ ନୋଟିସ୍ ଦେଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଏନରୋଲମେଣ୍ଟ ଫିସ୍ ବାବଦକୁ ଛାତ୍ରଛାତ୍ରୀ ଙ୍କ ଠାରୁ ସମ୍ପୃକ୍ତ ଡିଇଓ ନିଜସ୍ୱ କମ୍ପ୍ୟୁଟର୍ ପ୍ରଶିକ୍ଷଣ କେନ୍ଦ୍ର ରେ 70 ଟଙ୍କା ପରିବର୍ତ୍ତେ 500 ଟଙ୍କା ଆଦାୟ କରିଥିଲେ। ଯାହାକୁ ନେଇ ଛାତ୍ରଛାତ୍ରୀ ବୌଦ୍ଧ ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ। ତେବେ ଗତ ଶନିବାର ତରବରିଆ ଭାବେ ସମସ୍ତ ଛାତ୍ରଛାତ୍ରୀ ଙ୍କ ଟଙ୍କା ଡାଟା ଏଣ୍ଟ୍ରି ଅପରେଟର ଧିରେନ ସାହୁ ଫେରସ୍ତ କରିଥିବା ବେଳେ ଶନିବାର ବୌଦ୍ଧ ଉପଜିଲ୍ଲାପାଳ ମହାବିଦ୍ୟାଳୟ ରେ ପହଂଚି ତଦନ୍ତ କରିବା ସହିତ ସମ୍ପୃକ୍ତ ଡାଟା ଏଣ୍ଟ୍ରି ଅପରେଟର ଧୀରେନ୍ ସାହୁ ଙ୍କୁ କାରଣ ଦର୍ଶାଅ ନୋଟିସ୍ ଦେଇଥିବା ସୂଚନା ମିଳିଛି। ଏହାର୍ ଉତ୍ତର 7 ଦିନ ମଧ୍ୟରେ ଦେବାକୁ ଉପଜିଲ୍ଲାପାଳ ନୋଟିସ୍ ରେ ଦର୍ଶାଇଛନ୍ତି। ତେବେ ମଙ୍ଗଳବାର ସମ୍ପୃକ୍ତ ଡିଇଓ ଏହାର ଉତ୍ତର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପୈଠ କରିଥିବା ବେଳେ ଏହାତ ସତ୍ୟା ସତ୍ୟ ଜାଣିବା ପାଇଁ ଉପଜିଲ୍ଲା ପାଳ ଙ୍କୁ ଯୋଗାଯୋଗ କରାଯାଇଥିଲା କିନ୍ତୁ ଉପଜିଲ୍ଲା ପାଳ ହାଇ କୋର୍ଟ କାମରେ ଯାଇଥିବା ବେଳେ ଜିଲାପାଳ କାର୍ଯ୍ୟାଳୟ ରେ ପହଞ୍ଚିବା ପରେ କାରଣ ଦର୍ଶାଅ ର ଉତ୍ତର ଦେଖିବି ବୋଲି କହିବା ସହ ଯଦି ଉତ୍ତର ସନ୍ତୋଷ ଜନକ ହୋଇନଥାଏ ତେବେ ଡିଇଓ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି। ତେବେ ଡିଇଓ ଙ୍କୁ ହାତ ବାରିସି କରି ମହାବିଦ୍ୟାଳୟ ର ଅଧ୍ୟକ୍ଷ ବ୍ୟାପକ ଦୁର୍ନୀତି କରୁଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ କେବଳ ଡିଇଓ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଘଟଣା କୁ ଚପେଇ ଦିଆଯିବ ନା ଅଧ୍ୟକ୍ଷ ଙ୍କ ବିରୋଧରେ ମଧ୍ଯ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଉପରେ ବୁଦ୍ଧିଜିବୀ ଙ୍କ ନଜର ରହିଛି।
ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଏନରୋଲମେଣ୍ଟ ଫିସ୍ ପ୍ରସଙ୍ଗ l

More Stories
ODISHA VIGILANCE LAUNCHES DA SEARCHES AT 7 LOCATIONS ASSOCIATED WITH SRI SUSIL KUMAR PANDA, AEE, GANJAM BLOCK।
ଗଞ୍ଜାମ ଜିଲା ବୈଦନାଥପୁର ଥାନା ଅନ୍ତର୍ଗତ ନକଲି ଡାକ୍ତରଙ୍କ କଳା କରନାମା।
ଧର୍ମପରାୟଣ ମହିଳାଙ୍କ ପରଲୋକ