ବେଗୁନିଆପଡା, (ଦେବାଶିଷ ମହାରଣା):ଗଞ୍ଜାମ ଏସ. ପି ଜଗମୋହନ ମିନା ଙ୍କ ନିର୍ଧେଶ କ୍ରମେ ଅତିରିକ୍ତ ଏସ. ପି ରଂଜିତ ରଞ୍ଜନ ପୃଷ୍ଟି ଙ୍କ ତତ୍ୱାବଧାନରେ ବେଗୁନିଆପଡା ବ୍ଲକ ର ଜନତା ବିଜ୍ଞାନ ମହାବିଦ୍ୟାଳୟ ଏଵଂ ବୁରୁଝରୀ ସ୍ଥିତ ନବଘନ ନାୟକ ଡିଗ୍ରୀ କଲେଜ ପରିସରରେ ସାଇବର ସୁରକ୍ଷା ସମ୍ବଦ୍ଧିୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମୋବାଇଲ ମାଧ୍ୟମରେ ଦିନ କୁ ଦିନ ବଢୁଥିବା ଅଧିକାଂଶ ସାଇବର ଅପରାଧ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରିବା ସହ ସାଂକୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଠକେଇ, ପାସୱାର୍ଡ ଜନିତ ଠକେଇ, ଓଟିପି କାହାରିକୁ ନଦେବା ଏଵଂ ବିଭିନ୍ନ ଅପରାଧ ମୂଳକ କାର୍ଯ୍ୟକ୍ରମ ରୁ କେମିତି ନିବୃତ ରହିବା ସେ ସମ୍ପର୍କରେ ଛାତ୍ର, ଛାତ୍ରୀ, ଅଭିଭାବକ ଏଵଂ ଉପସ୍ଥିତ ସାଧାରଣ ଲୋକଙ୍କୁ ଅବଗତ କରାଇଥିଲେ | ତା ସହ କିଛି ହେବନି ତ ଏକ ୟୁ ଟ୍ୟୁବ ଭିଡିଓ ବାର୍ତ୍ତା ମାଧ୍ୟମରେ ସମସ୍ତଙ୍କୁ ସଚେତନ କରାଯିବା ସହ ପଥପ୍ରାନ୍ତ ନାଟକ ମାଧ୍ୟମରେ ଉପସ୍ଥିତ ସମସ୍ତଙ୍କୁ ସଚେତନ କରା ଯାଇଥିଲା | ଯେ କୌଣସି ସାଇବର ଅପରାଧ ଶିକାର ହୋଇଥିଲେ ତୁରନ୍ତ ସାଇବର ଅପରାଧ ସହାୟତା ନମ୍ବର 1930 କୁ କଲ କରି ଅପରାଧ ନିୟନ୍ତ୍ରଣ କରିପାରିବେ ବୋଲି ମଧ୍ୟ ସୂଚନା ଦିଆଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ନବଘନ ନାୟକ ଡିଗ୍ରୀ କଲେଜ ର ପରିଚାଳନା ନିର୍ଧେଶକ ତ୍ରିନାଥ ନାହାକ, ଜନତା ବିଜ୍ଞାନ ମହା ବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ଅଭିରାମ ସ୍ୱାଇଁ ଯୋଗ ଦେଇଥିଲେ | ଏହି ସଚେତନତା କାର୍ଯ୍ୟକ୍ରମ ଦୁଇ ତାରିଖ ରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ପନ୍ଦର ତାରିଖ ଦିନ ଶେଷ ହେବ |
ନବଘନ ନାୟକ ଡିଗ୍ରୀ କଲେଜ ରେ ସାଇବର ସୁରକ୍ଷା ଅଭିଯାନ-2023 କାର୍ଯ୍ୟକ୍ରମ ଅନୁଷ୍ଠିତ l

More Stories
ଓଡିଶା ଡ୍ରାଇଭର ମହାସଂଘ୍ ବୋଲଗଡ ଶାଖା ପକ୍ଷରୁ ଷ୍ଟିୟରିଙ୍ଗି ଛାଡ଼ ଆନ୍ଦୋଳନ ।
DR. SIBA PRASAD SETHI,MO,CHC,KUJANGJAGATSINGHPUR AND HIS ASSOCIATE SRI SURYA NARAYAN CHOUDHURY NABBED BY ODISHA VIGILANCE WHILE TAKING BRIBE RS 10,000/- FOR ISSUANCE OF FAVOURABLE POST MORTEM REPORT.
ଶୁଦ୍ଧପୂତ ରନ୍ଧନ କିପରି କରାଯାଏ, ସେହି ରନ୍ଧନ ଖାଦ୍ୟ ଶରୀରରେ କିଭଳି କ୍ରିୟାଶୀଳ କରେ।