ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା 12/10:ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ଗତ 2ତାରିଖ ଗାନ୍ଧି ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ସାଇବର ସୁରକ୍ଷା ଅଭିଯାନ ସଚେତନତା ରଥ ଟି ଶୁଭାରମ୍ଭ ହୋଇ ଜିଲ୍ଲା ର ବିଭିନ୍ନ ଥାନା ଅଞ୍ଚଳ କୁ ଯାଇ ଲୋକଙ୍କୁ ସଚେତନତା କରାଉଥିବା ବେଳେ ବୁଧବାର ଦିନ ପୁରୁଣା କଟକ ଥାନା ପହଂଚିଥିଲା l ଉକ୍ତ ରଥ କୁ ପୁରୁଣା କଟକ ଥାନା ଅଧିକାରୀ ରଞ୍ଜିତ ମୁନି ଙ୍କ ତତ୍ୱାବଧାନ ରେ ସାଇରବ ସଚେତନତା ରଥ କୁ ସ୍ୱାଗତ କରାଯାଇଥିଲା l ଏହାପରେ ପୁରୁଣାକଟକ ଥାନା ପରିସର ରୁ ଏକ ବାଇକ ରାଲି ରେ ସଚେତନତା ରଥ ବାହାରି, ଚାରିଛକ ବଜାର, ପୁରୁଣା କଟକ ବଜାର, ଯୁକ୍ତ ଦୁଇ କନିଷ୍ଟ ମହାବିଦ୍ୟାଳୟ ରେ ପହଁଚି ଥିଲା l ଶେଷରେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ, କୁ ପହଁଚି ଏକ ସାଧାରଣ ସଚେତନତା ସଭା କରାଯାଇ ସାଇରବ ସୁରକ୍ଷା ଉପରେ ଛାତ୍ରଛାତ୍ରୀ ଙ୍କ ସମେତ ଉପସ୍ଥିତ ଥିବା ମହାବିଦ୍ୟାଳୟ କର୍ମଚାରୀ, ଓ ଜନସାଧାରଣ ଙ୍କୁ ସାଇବର ଠକରୁ ନିଜକୁ କିପରି ସୁରକ୍ଷିତ ରଖିବେ ସେନେଇ ସଚେତନତା ପାଇଁ ବିଭିନ୍ନ ପନ୍ଥା ବା ମର୍ଗଦର୍ଶନ ଦିଆଯାଇଥିଲା l ସାଇବର ଟିମର ସଦସ୍ୟା ଏସ ଆଇ ରଶ୍ମିତା ମଗର, ଏବଂ ଟିମ ର ମୁଖ୍ୟ ତୁଲାରାମ ମହାନନ୍ଦ,ସାଇବର ସୁରକ୍ଷା ଉପରେ ବିଭିନ୍ନ ସଚେତନତା ବାର୍ତ୍ତା ବାଣ୍ଟିଥିଲେ l ଏହି ସଚେତନତା ରାଲି ରେ ଏସ ଆଇ ହୂର୍ଶୀକେଶ ମେହେର, ଡିସିବି ବ୍ୟାଙ୍କ ମ୍ୟାନେଜର ପଲ୍ଲବ ରଥ, ବିଭାଗ ପରିଚାଳନା ସୃତି ମହାପାତ୍ର, ଙ୍କ ସମେତ ଡିଗ୍ରୀ ମହାବିଦ୍ୟାଳୟ ଅଧକ୍ଷ ରମେଶ ଚନ୍ଦ୍ର ତାରିଣୀଆଁ, ଅଧ୍ୟାପକ ଲଳିତ ମେହେର, ପ୍ରମୋଦ ମହାପାତ୍ର, ଓ ଯୁକ୍ତ ଦୁଇ ଅଧକ୍ଷ ଧରିତ୍ରୀରାଣୀ କାନୁନଗୋ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା କଲେଜ କର୍ମଚାରୀ ଓ ଜଣାସଧାରଣ ଉପସ୍ଥିତ ଥିଲେ l
More Stories
ବୁରୁଝରୀ ରେ ବିଜେପିର ମିଶ୍ରଣ ପର୍ବ…ବିଜେପିରେ ଯୋଗଦେଲେ ଯୁବ ସରପଞ୍ଚ ଙ୍କ ସମେତ ଶତାଧିକ କର୍ମୀ l
ଚିଲିକା ଆମ ଆଦମୀ ପାର୍ଟି ବିଧାୟକ ପାର୍ଥି ସଂଗ୍ରାମଙ୍କ ମାରାଥନ ପ୍ରଚାର l
ଚିଲିକା:ସ୍ୱାଧୀନ ପାର୍ଥୀ ମନ୍ମଥ କୁମାର ସିଂ ଙ୍କର ପ୍ରଚାର l