ବୌଦ୍ଧ(ଚିତ୍ତ ରଞ୍ଜନ ସିଂ)
ଆଜି ତା :28/08 ବୌଦ୍ଧ ଜିଲ୍ଲା ପୁରୁଣା କଟକ ଠାରେ ନିର୍ମାଣ ଧୀନ ଥିବା ନୂତନ ବସ ଷ୍ଟାଣ୍ଡ କାର୍ଯ୍ୟ ରେ ଠିକାଦାର ଙ୍କ ମନମୁଖୀ କାର୍ଯ୍ୟ କୁ ସ୍ଥାନୀୟ ଅଞ୍ଚଳ ଜନସାଧାରଣ ଙ୍କ ଭିତରେ ଅସୋନ୍ତଷ ବୃଦ୍ଧି ପାଉଛି l ପୁରୁଣାକଟକ ଗ୍ରାମ ର ସ୍ମଶାନ ଘାଟ ନିକଟ ରୁ ରାତି ଅଧିଆ ମାଟି ଖୋଳି ବେଆଇନ୍ ଭାବେ 6 ଫୁଟ୍ ଗଭିର ର ଗର୍ତ କରାଯାଇଥିବାବେଳେ ଗ୍ରାମବାସୀ ଠିକାଦାର ଙ୍କ ଏଭଳି ବେଆଇନ କାର୍ଯ୍ୟ ବିରୋଧ କରିଥିଲେ l ଏପରିକି ଠିକା ସଂସ୍ଥା ର ଜେସିବି ମସିନ୍ ( OD 27 A 9313 )କୁ ଅଟକ୍ ରଖିବା ସହ ବସ ଷ୍ଟାଣ୍ଡ କାର୍ଯ୍ୟ ରେ କାହା ଅନୁମତି ନେଇ କିପରି ଭାବ ରେ ମାଟି ଖୋଳି ରାତି ଅଧିଆ ନିମ୍ନ ମାନର କାର୍ଯ୍ୟ କରାଯଉଛି ବୋଲି ଠିକା ସଂସ୍ଥା କୁ ପ୍ରଶ୍ନ କରିଥିଲେ । ଅନ୍ୟପଟେ ଏପରିକି ଘଟଣା କୁ ନେଇ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବାରୁ ଠିକାଦାର ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବି କରି ସୋମବାର ଦିନ ସ୍ଥାନିୟ ରାଜସ୍ଵ ନିରୀକ୍ଷକ ସୁଶ୍ରୀ ଲଖ୍ମିପ୍ରିୟା ସାହୁ ଙ୍କ ଜରିଆରେ ତହସିଲଦାର ଙ୍କୁ ଏକ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡିଛି l ଦାବି ପତ୍ର ପ୍ରଦାନ ସମୟ ରେ ହରଭଙ୍ଗା ବ୍ଲକ ସରପଞ୍ଚ ସଙ୍ଘ ସମ୍ପାଦକ ତଥା ସ୍ଥାନୀୟ ସରପଞ୍ଚ ଅଶୋକ ସେଠି, ପୁରୁଣା କଟକ ଉନ୍ନୟନ କମିଟି ସମ୍ପଦକ ଦୀପ୍ତି ପ୍ରକାଶ ସାହୁ ଙ୍କ ସମେତ ଶୁବେନ୍ଧୁ ଭୋକ୍ତା, ସରୋଜ୍ ସାହୁ, ସ୍ରବଣ ଆପଟ, ଅଭିମନ୍ୟୁ କର୍ମି, ରାଜ୍କିଶ୍ହୋର୍ ଅମାତ, ଶ୍ରି ବୁଢା ଦନାୟକ, ଶ୍ରି ରକେଶ ପ୍ରଧାନ୍, ପ୍ରମୁଖ ଉପସ୍ଥିତ ଥିଲେ।


More Stories
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.