ବୌଦ୍ଧ(ଚିତ୍ତ ରଞ୍ଜନ ସିଂ):
ଆଜି ତା-28/08.ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଓ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ଉକ୍ତ ଶିବିର ରେ ADM ଦlରିଦ୍ର ଭଂଜନ ମଦନ ମୋହନ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ,ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର ,ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ -ରବିନାରାୟଣ ତ୍ରିପାଠୀ,ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ, ତହସିଲଦାର ଶିବାନୀ ଦାସ, ହରଭଙ୍ଗା ଥାନା ଅଧିକାରୀ ନଳିନୀ କାନ୍ତ ଦାସ ଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l!ଉକ୍ତ ଶିବିର ରେ ସମୁଦାୟ 145ଗୋଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ବ୍ୟକ୍ତିଗତଅଭିଯୋଗ 136ଟି,ସାମୁହିକ ଅଭିଯୋଗ 9ଗୋଟି ଅଭିଯୋଗ ହୋଇଥିଲା ତନ ମଧ୍ୟରୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ରୁ 17ଜଣକୁ 79,000ଟଙ୍କା ପ୍ରଦାନ ଓ ଜଣକୁ ଟ୍ରାର ସାଇକେଲ ପ୍ରଦାନ କରାଯାଇଥିବା ଜଣାପଡିଛି l ଚାଷୀ ଗତ ସମସ୍ୟା କୁ ଉପଜିଲ୍ଲାପାଳ ପ୍ରାଧାନ୍ୟ ଦେଇ ହରଭଙ୍ଗା ଉଠାଜଳସେଚନ ପ୍ରକଳ୍ପ କୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାପାଇଁ ଉଠା ଜଳସେଚନ ବିଭାଗ କୁ ନିର୍ଦେଶ ଦେଇ ଥିବାର ଦେଖିବାକୁ ମିଳିଥିଲା!


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ