ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )
ବୌଦ୍ଧ ଜିଲ୍ଲା ଉଚ୍ଚବାହଳି ଗ୍ରାମରେ ଗାଁ ମୁଣ୍ଡରେଥିବା ଏକ ମାତ୍ର ଅଛି l ଏହି ଖେଳ ପଡିଆରେ ଖେଳକୁଦ କରିବା ସହ ଏହି ଗ୍ରାମର ସ୍କୁଲ ର ଛାତ୍ର ଛାତ୍ରୀ ଉକ୍ତ ଖେଳ ପଡିଆ ଉପରେ ନିର୍ଭର କରନ୍ତି l ତତ୍ ସଙ୍ଗେ ସଙ୍ଗେ ଉକ୍ତ ଗ୍ରାମର ବିଭନ୍ନ ସଂlସ୍କୃତିକ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଥାଏ l ତଥା ସମ୍ମୁଖରେ ଥିବା ହନୁମାନ ମନ୍ଦିରର ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଏହି ଖେଳ ପଡିଆ ବ୍ୟବହୃତ ହୋଇଥାଏ l ଉକ୍ତ ଖେଳ ପଡିଆରେ ଗତ ୨୦୨୦-୨୦୨୧ ମସିହାରେ ପୂର୍ବତନ ସରପଞ୍ଚ ମିନିଷ୍ଟାଡିଅମ୍ ନିର୍ମାଣ ପାଇଁ ଏହି ଖେଳ ପଡିଆରେ ୧ ଲକ୍ଷ ୮ ହଜାର ୯ ଶହ ୮୦ ଟଙ୍କା ଖର୍ଚ୍ଚ କରି ତାର ମରାମତି କରିଥିଲେ l ଉକ୍ତ ଖେଳ ପଡିଆକୁ ମଡେ଼ଲ ଖେଳ ପଡିଆ କରିବାକୁ ୫ ଲକ୍ଷ ଟଙ୍କା ସିକୃତି ପାଇଁ ପାଠଯାଇ ଥିବାର ନଜର କୁ ଆସିଛି l ଦୁଃଖ ର ବିଷୟ ଏହିକିଯେ ଉକ୍ତ ଗ୍ରାମ ବାସୀ ଙ୍କ ଅଗୋଚରରେ ସ୍ଥାନୀୟ ବିଳାସପୁର RI ଆସି ଉକ୍ତ ପଡ଼ିଆ କୁ ଗୁଡ଼ଭେଳିପଦର ଉଚ୍ଚ ବିଦ୍ୟାଳୟ ପାଇଁ ଗୃହ ନିର୍ମାଣ ପାଇଁ ଗତ କିଛି ଦିନ ତଳେ ଉକ୍ତ ଖେଳ ପଡିଆକୁ ମାପ କରିଥିଲେ l ଯାହାକୁ ନେଇ ଉଚ୍ଚବାହଳି ଗ୍ରାମବାସୀ ବିରୋଧକରିବା ସହିତ ଆଜି କଣ୍ଟାମାଳର ଅତିରିକ୍ତ ତହସିଲଦାର ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l ଆଉ ଏହାର ଉପଯୁକ୍ତ ବିଚାର କରି ନ୍ୟାୟ ପ୍ରଦାନ କରି ଉକ୍ତ ଗୃହ ନିର୍ମାଣ ପାଇଁ ଅନ୍ୟତ୍ର ଜମି ପ୍ରଦାନ କଲେ ଭଲ ହେବ ବୋଲି ଗ୍ରାବାସୀମାନେ ଅନୁରୋଧ କରିଛନ୍ତି l
More Stories
ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସହାୟତା ପ୍ରଦାନ l
କମଳା ପଦର ଗ୍ରାମ ରେ ଭୟାବହ ଅଗ୍ନିକାଣ୍ଡ l