କନ୍ଧମାଳ ଜିଲ୍ଲା ପ୍ରତିନିଧି, ଫିଲିପ କୁମାର ଦିଗାଲ ଙ୍କ ସହ ଟୀକାବାଲି ବ୍ଲକ ରୁ : କୁନା ଦିଗାଲ ଙ୍କ ରିପୋର୍ଟ l
ଟିକାବାଲି :- କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକର ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତ ବର୍ଷେଡ଼ି ଘାଟି ନିର୍ମାଣ ପାଇଁ ତେଜିଲା ଜନ ଆନ୍ଦୋଳନ l ଗାର୍ଡିଙ୍ଗିଆ ଅଞ୍ଚଳ ବାସୀ ପ୍ରଶାସନ କୁ ଏକ କଡା ଚେତାବନୀ ଦେଇଛନ୍ତି l ସୂଚନା ଅନୁସାରେ ଏହି ପଂଚାୟତ ହେଉଛି ଟିକାବାଲି ବ୍ଲକର ଦୁର୍ଗମ ଏବଂ ଉପାନ୍ତ ଅଞ୍ଚଳ, ଚାରିପଟେ ପାହାଡ଼ ପର୍ବତ ଘେରା ରେ ଅଚ୍ଛାଦିତ l ସ୍କୁଲ,କଲେଜ ଛାତ୍ର ଛାତ୍ରୀ, ଜନନୀ ଯନ୍ତ୍ରଣା ରେ ଯାତାୟାତ ରେ କେତେ ଯେ କଷ୍ଟ ଯନ୍ତ୍ରଣା ଭଗିବା କୁ ପଡୁଛି ନ କହିବା ଭଲ l ଗାର୍ଡିଙ୍ଗିଆ ପଂଚାୟତରେ ମୋଟ 15ଟି ୱାର୍ଡ ସହିତ ପାଞ୍ଚହଜାର ରୁ ଉର୍ଦ୍ଧ ଜନସଂଖ୍ୟା ଲୋକ ବାସ କରନ୍ତି l ଗାର୍ଡିଙ୍ଗିଆ ପଂଚାୟତ ରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଥିବା ବେଳେ କେବଳ ଜଣେ ଫାର୍ମାସିଷ୍ଟ ଓ ପିଅନ ଙ୍କ ଦ୍ୱାରା ଚାଲିଛି ସ୍ୱାସ୍ଥ୍ୟ ସେବା ହେଲେ ଦିବା 12: 00ଘଣ୍ଟି ରୁ ସ୍ୱାସ୍ଥ୍ୟ କେନ୍ଦ୍ର ତାଲା ପକେଇ ଚାଲି ଯାଉଛନ୍ତି l ଯାହାରି ଫଳରେ ସଠିକ ଭାବରେ ରୋଗୀ ମାନେ ସେବା ପାଇବା ରେ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି l ଗ୍ରାମବାସୀ ଏବଂ ଏହି ଅଞ୍ଚଳ ରେ ପାନୀୟ ଜଳ ପାଇଁ ଦୀର୍ଘ ଦୁଇ ବର୍ଷ ହେବ ପାଇପ ସଂଯୋଗ ହୋଇଛି ସତ କିନ୍ତୁ ପାଣି ଟୋପାଏ ପାଉନାହାନ୍ତି ଅଞ୍ଚଳ ବାସୀ ଯାହା ନେଇ ଅଞ୍ଚଳ ବାସୀ କ୍ଷବ ପ୍ରକାଶ କରିଛନ୍ତି l ଏହି ପରି ଗାର୍ଡିଙ୍ଗିଆ ପଂଚାୟତ ର ସମସ୍ୟା କେତେ ଯେ ଭରି ରହିଛି ତାହା ନ କହିବା ଭଲ, ଏବଂ ସମସ୍ତ ସରକାରୀ ସୁବିଧା ସୁଯୋଗ ପାଇବା କୁ ହେଲେ ଜନସାଧାରଣ ଟିକାବାଲି ବଜାର ଉପରେ ନିର୍ଭର କରନ୍ତି ଯାହାକି ବ୍ଲକ,ତହସିଲ ଥାନା, ମେଡିକାଲ ସହିତ ଉଚ୍ଚ ଶିକ୍ଷା ନିତ୍ୟ ବ୍ୟବହାର ଜିନିଷ ହାଟ ବଜାର ଏବଂ ଅନ୍ୟ ସମସ୍ତ ସୁବିଧା ,ପାଇବା କୁ ହେଲେ ଟିକାବାଲି ବଜାର ଉପରେ ନିର୍ଭର କରିଥାନ୍ତି l ପ୍ରତି ଦିନ ଶହ ଶହ ଲୋକ ଏହି ଘାଟି ରାସ୍ତା ଦେଇକି ହିଁ ଯିବା ଆସିବା କରିଥାନ୍ତି l ଦୁଃଖ ର ବିଷୟ ଯେ ଏହି ଘାଟି ଏପରି ଏକ ଅବସ୍ଥା ରେ ଅଛି ଯେ କହିଲେ ନ ସରେ l
ଏହି ଘାଟି କୁ ନେଇ ଅଞ୍ଚଳ ବାସୀ ଅନେକ ଥର ବିଭୀଗୀୟ ଅଧିକାରୀଙ୍କୁ, ଗୁହାରି କଲେ ମଧ୍ୟ କେହିବି ଶୁଣୁନାହାନ୍ତି ବୋଲି ଅଞ୍ଚଳ ବାସୀ ପଂଚାୟତ ସରପଞ୍ଚ ସମିତି ମେମ୍ବର ସହିତ ଅତୁଳ କୁମାର ଦିଗାଲ ପ୍ରିୟଞ୍ଜନ ପ୍ରଧାନ ସୁରାଜ ପ୍ରଧାନ ବିମୋଦ ପ୍ରଧାନ ପ୍ରକାଶ ଚନ୍ଦ୍ର ପ୍ରଧାନ ଅନନ୍ତ ନାୟକ ପିଙ୍କୁ ପ୍ରଧାନ ପୂର୍ଣ୍ଣ ଚନ୍ଦ୍ର ଦିଗାଲ ସମେତ ବହୁ ସଂଖ୍ୟା ରେ ଗ୍ରାମ ବାସୀ ମତ ଉପସ୍ଥାପନା କରିଛନ୍ତି l
ଏହି ରାସ୍ତା ଯଦି ଆସନ୍ତା 15 ଦିନ ମଧ୍ୟରେ ପ୍ରଶାସନ କିଛି ପଦକ୍ଷେପ ନ ନିଅନ୍ତି ତେବେ ଅଞ୍ଚଳ ବାସୀ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହିତ 2024 ସାଧାରଣ ନିର୍ବାଚନ ରେ ଭୋଟ ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି l


More Stories
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.