ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ତିନିଦିନିଆ ରାଜ୍ୟ ସ୍ତରୀୟ ଯୁବ ଶିବିର ଉଦଘାଟିତ ….

ବୌଦ୍ଧ (ଚିତ୍ତ ରଞ୍ଜନ ସିଂ)

ଆଜି ତା :02/09.ବୌଦ୍ଧ ଜିଲ୍ଲା ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ତୋଫାନପରି ଫାଉଣ୍ଡେସନ ଓ ଜାତୀୟ ଯୁବ ପ୍ରକଳ୍ପ ଓଡିଶା ର ମିଳିତ ଆନୁକୂଲ୍ୟରେ ବିକଶିତ ଓଡିଶା  2047 ରେ ବିକଶିତ ଭାରତ ଶୀର୍ଷକରେ ଯୁବକଙ୍କ ଭୂମିକା ସମ୍ପର୍କରେ ତିନି ଦିନିଆ ରାଜ୍ୟ ସ୍ତରୀୟ ଯୁବ ଶିବିର ଉଦ୍ଘାଟିତ ହୋଇଯାଇଛି ।। ଏହି ଅବସରରେ ତୋଫାନପରି ଫାଉଣ୍ଡେସନ ସଭାପତି ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଶିବିର ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ, ପଞ୍ଚାୟତ ରାଜ ପାନୀୟଜଳ ଓ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇ ଶିବିରକୁ ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବି ମା ଭୈରବୀ ଙ୍କ ନିକଟରେ ପୁଷ୍ପ ମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଟିକୁ ଉଦ୍ଘାଟନ କରିଥିଲେ ଓ ଅlଗାମୀ ଦିନରେ ଯୁବପିଢ଼ି ଙ୍କ ଭୂମିକା ଓଡିଶା ବିକାଶ ଦିଗରେ ଏକ ଯୁଗାନ୍ତକାରୀ ଅଧ୍ୟାୟ ସୃଷ୍ଟି କରିବl ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ!ଉକ୍ତ କାର୍ଯ୍ୟକ୍ରମ ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଙ୍କ ସମେତ ଅନ୍ୟତମ ଅତିଥି ଭାବେ ଭୈରବୀ ଡିଗ୍ରୀ କଲେଜର ଅଧ୍ୟକ୍ଷ ଡ଼ ରମେଶ ଚନ୍ଦ୍ର ତାରେଣିଆ,ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୋମ ଭାଇ ,ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ଅଧ୍ୟାପକ ତଥା ଯୁବ ରେଡ଼କ୍ରୋସ ଜିଲ୍ଲା ସମ୍ପାଦକ ଡ଼ ପ୍ରବୀର କୁମାର ଦାସ,
ତୋଫାନପରି ଫାଉଣ୍ଡେସନର ଉପଦେଷ୍ଟା ମନୋଜ ପ୍ରଧାନ ପ୍ରମୁଖ ମଂଚାସିଂନ ଥିଲେ ।ଫାଉଣ୍ଡେସନର ସମ୍ପାଦକ ତୋଫାନ ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏଥିରେ ରାଜ୍ୟର 30ଟି ଜିଲ୍ଲାର ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ଥିଲେ ଶେଷରେ ଅସମାନ ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ!ଏହି କାର୍ଯ୍ୟକ୍ରମ ଆଜି ଶନିବାର ଠାରୁ ସୋମବାର ଦିନ ପର୍ଯ୍ୟନ୍ତ ଚାଲୁରହିବ  ବୋଲି ତୋଫାନ ପରି ଫାଉଣ୍ଡେସନ ସମ୍ପାଦକ ତୋଫାନ ପରିଡା ସୂଚନା ଦେଇଛନ୍ତି!

error: Content is protected !!