ବୌଦ୍ଧ (ଚିତ୍ତ ରଞ୍ଜନ ସିଂ)02/09 : ବୌଦ୍ଧ ବ୍ଲକ୍ ରାଉତବାହାଲ ଗ୍ରାମରେ ଆଜି ଅପରାନ୍ହ ଘ.1.30 ମିନିଟ ସମୟରେ ଧାନ ବିଲରେ କାମ କରୁଥିବା ଜଣେ ମହିଳା ବଜ୍ରାଘାତରେ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ଶ୍ରୀମତୀ ପାନେସ୍ବରୀ ପୋଢ ବିଲରେ କାମ କରୁଥିବା ବେଳେ ତାଙ୍କ ଉପରେ ବଜ୍ରାଘାତ ହୋଇଥିଲା | ଫଳରେ ସେ ଗୁରୁତର ଆହତ ହୋଇଥିଲେ l ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ଆଣିବାକୁ 108 ଆମ୍ବୁଲାନ୍ସ୍ କୁ ଫୋନ୍ କରାଯାଇଥିଲା ମାତ୍ର ବୌଦ୍ଧ ଜିଲ୍ଲାରେ ସେ ସମୟରେ କୌଣସି ଆମ୍ବୁଲାନ୍ସ୍ ଉପଲବ୍ଧ ନଥିବାରୁ ନିରାଶ ହୋଇ ଏକ ଭଡ଼ା ଅଟୋ ଯୋଗେ ପାନେସ୍ବରୀଙ୍କୁ ବୌଦ୍ଧ ଡାକ୍ତରଖାନା ଅଣା ଯାଇଥିଲା l ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି l
ବଜ୍ରାଘାତ ରେ ଗୁରୁତର ମହିଳା ଙ୍କ ମୃତ୍ୟୁ l


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ