ବୌଦ୍ଧ, ( ଚିତ୍ତରଞ୍ଜନ ସିଂହ, l
ଜିଲା ବିଜେପି ପକ୍ଷରୁ ବୌଦ୍ଧ ସଦର ବ୍ଲକ ଅନ୍ତର୍ଗତ କୁଲତାଖଲି ଗ୍ରାମରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଶନିବାର ସନ୍ଧ୍ୟା ୬ ଟା ସମୟରେ ଆୟୋଜିତ ହୋଇଛି l ବିଜେପିର ତେଲିବନ୍ଧ ଗ୍ରାମୀଣ ମଣ୍ଡଳ ପକ୍ଷରୁ ଏହି ଅବସରରେ ଗ୍ରାମର ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ତେଲିବନ୍ଧ ଗ୍ରାମୀଣ ମଣ୍ଡଳ ସଭାପତି ନବୀନ ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି ଯୋଗ ଦେଇଥିଲେ । ଏହି ଅବସରରେ ନାମସଂକୀର୍ତ୍ତନ ସହ ଗ୍ରାମ ପରିକ୍ରମା କରିବା ପରେ ମାଟି ସଂଗ୍ରହ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲା କୃଷକ ମୋର୍ଚା ସଭାପତି ରବି କୁମାର ଦେଓ, ବରିଷ୍ଠ ନେତା ବୈକୁଣ୍ଠ ପ୍ରଧାନ, ଦାଶରଥି ବାରିକଙ୍କ ସମତେ ଅନ୍ୟମାନେ ସାମିଲ ହୋଇଥିଲେ ।


More Stories
ଖୋର୍ଦ୍ଧା ବ୍ଲକ ନନ୍ଦପୁର ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର l
ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ” ଅନୁଷ୍ଠିତ l
ଚାଷୀଙ୍କ ଧାନ ଫସଲର କ୍ଷତିପୂରଣ ପାଇଁ ଦାବୀ କଲା ଆପ୍ l