ମହାନଦୀ ରେ ବନ୍ୟା, ଅଧିକାଂଶ ଜମି ଜଳମଗ୍ନ
ଧଲପୁର -ହରଭଙ୍ଗା ପୂର୍ତ୍ତ ଜଗନ୍ନାଥ ସଡ଼କରେ ଯୋଗାଯୋଗ ବିଛିନ୍ନ,ଜମି ରହିଛି 3ଫୁଟ ର ବନ୍ୟା ପାଣି l

ବୌଦ୍ଧ (ଚିତ୍ତରଞ୍ଜନ ସିଂ )

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ନଦୀକୁଳିଆ ଅଞ୍ଚଳ ରେ ବନ୍ୟା ସୃଷ୍ଟି l ଯୋଗାଯୋଗ ବିଛିନ୍ନ, ଅଧିକାଂଶ ଚାଷ ଜମି ଜଳମଗ୍ନ ହୋଇଥିବା ଚିତ୍ର ଦେଖିବାକୁ ମିଳିଛି l ବର୍ତମାନ ଉପରେ ମୁଣ୍ଡରେ ଲଗାଣ ବର୍ଷା ସହ ହୀରାକୁଦ ଜଳ ଭଣ୍ଡାର 10ଟି ଗେଟ ଖୋଲା ରହିବା ଫଳରେ ତଳିଆ ମୁଣ୍ଡ ରେ ବା ମହାନଦୀ କୁଳବାସୀଙ୍କ ଦୁଃଖ ଦୁର୍ଦଶା ବଢ଼ିଛି l ଏହା ମହାନଦୀ ର ଚଳିତ ବର୍ଷ ର ଦ୍ୱିତୀୟ ବନ୍ୟା ଆସିଥିବା ବେଳେ ହରଭଙ୍ଗା ବ୍ଳକ ର କୃଷ୍ଣମହୋନପୁର ଠୁ ଆରମ୍ଭ କରି କରଡ଼ି, ହାଟଗାଁ,ମଙ୍ଗଳପୁର, ଝରାସାହି,ରାମଗଡ଼, ଧଲପୁର, ଖଣ୍ଡି ଧଲପୁର,ପାଣିଘରା, ରାଉତପଡା, ହରଭଙ୍ଗା, କୁମାରୀ, ଅଟଲସରା, ମାରଡ଼ା ଆଦି ନଦୀକୁଳ ବାସିନ୍ଦାଙ୍କ ବନ୍ୟା ଯୋଙ୍ଗୁ ଚାଷ ଜମି ଗୁଡିକ ଜଳ ମଗ୍ନ ରେ l ଅନ୍ୟପଟେ ଧଲପୁର -ହରଭଙ୍ଗା ଜଗନ୍ନାଥ ସଡ଼କ ରେ ପାଣି ଯୋଗୁଁ ଯାତାୟତ ବିଛିନ ହୋଇଯାଇଛି l ରାସ୍ତାରେ ବର୍ତମାନ 3ଫୁଟ ରୁ ଅଧିକ ଉଚ୍ଚ ରେ ପାଣି ରହିଛି l ତେଣୁ ପ୍ରଶାସନ ନଦୀ କୁଳିଆ ଅଞ୍ଚଳ ରେ ଲୋକଙ୍କୁ ସତର୍କତା କରାଇବା ସହ ଚାଷ ଜମି ଗୁଡିକ ଜଳମଗ୍ନ ହୋଇ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ଚିନ୍ହଟ କରି ସରକାରୀ ସହାୟତା ଯୋଗାଇ ଦେବାକୁ ସାଧରଣ ରେ ଦାବି ହେଉଛି l

error: Content is protected !!