ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେଶନ ର ଆହ୍ବାନ କ୍ରମେ ୩ ଦଫା ଦାବି ନେଇ ତୁମୁଡ଼ିବନ୍ଧ ବ୍ଲକର 13 ଗୋଟି କ୍ଳଷ୍ଟର 130 ସ୍କୁଲ ସବୁ ବର୍ଗର ପ୍ରାଥମିକ ଶିକ୍ଷକ ସମୂହ ଛୁଟିରେ ରହି ଦାବି ପୂରଣ ପାଇଁ ତୁମୁଡ଼ିବନ୍ଧ ବ୍ଲକ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି 450 ଶିକ୍ଷକ ଶିକ୍ଷତ୍ରି । ଗତ ୨୦୨୨ ନଭେମ୍ବର ମାସରେ ରାଜ୍ୟର ଲକ୍ଷାଧିକ ଶିକ୍ଷକ ଶିକ୍ଷୟତ୍ରୀ ବିଧାନ ସଭା ସମ୍ମୁଖରେ ୪ ଦିନ ଧରି ଆନ୍ଦୋଳନ କରିବା ପରେ ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇ ଦାବି ପୂରଣ କରାଯିବ ବୋଲି ଶିକ୍ଷକ ସଂଘକୁ ଲିଖିତ ପ୍ରତିଶ୍ରୁତି ଦିଆଯାଇଥିଲା ହେଲେ ଦାବି ପୂରଣ ହୋଇନଥିବା ଶିକ୍ଷକ ସଂଘ ଅଭିଯୋଗ କରିଥିବା ବେଳେ ଗତ ଅଗଷ୍ଟ ମାସରେ ମଧ୍ୟ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଜିଲ୍ଲାପାଳ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଗଣ ଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଦ୍ୟାଳୟ ଗଣ ଶିକ୍ଷା ସଚିବ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା ହେଲେ ସରକାର ଏହାର କର୍ଣ୍ଣପାତ କରିନଥିବା ଅଭିଯୋଗ ନେଇ ଆଜି ଠାରୁ ୩ ଦଫା ଦାବି ନେଇ ଶିକ୍ଷକ ସମୂହ ସାମୁହିକ ଛୁଟି କରି ଧାରଣାରେ ବସିଥିବା ପ୍ରକାଶ କରିଛନ୍ତି।

ତେବେ ଦାବି ଗୁଡ଼ିକ ହେଲା (1)ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକ ଙ୍କ ଠିକା କାର୍ଯ୍ୟକାଳ କୁ ନେସନାଲ ଇନକ୍ରୀମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ଏକ୍ସ କ୍ୟାଡ଼ର ଶିକ୍ଷକଙ୍କୁ କ୍ୟାଡ଼ର ଭୁକ୍ତ କରାଯାଉ କଳା ଓ କ୍ରୀଡ଼ା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଉ, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାର ରେ ବେତନ(ମୂଳ ବେତନ ଲେଭେଲ ୯ଗ୍ରେଡ ପେ ୪୨୦୦ ଅନୁଯାୟୀ) ପ୍ରଦାନ କରାଯାଉ, ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯାଉ ଏଭଳି ୩ ଦଫା ଦାବି ନେଇ ଧାରଣା ଦେଇଥିବା ପ୍ରକାଶ କରିଛନ୍ତି। ତେବେ ଶିକ୍ଷକ ମାନଙ୍କ ଏହି ସାମୁହିକ ଆନ୍ଦୋଳନ ଫଳରେ ତୁମୁଡ଼ିବନ୍ଧ ବ୍ଲକର 13 ଟି କ୍ଲଷ୍ଟର ରେ ସମସ୍ତ ପ୍ରାଥମିକ ସ୍କୁଲ ବନ୍ଦ ହେବା ସହ ଶିକ୍ଷାଦାନ ଠପ୍ ହୋଇଛି । ଶିକ୍ଷକ ମାନଙ୍କ ଏହି ସାମୁହିକ ଧାରଣାରେ କନ୍ଧମାଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ଶ୍ରୀ କୁମର ପରା ସେଟ ପ୍ରାଥମିକ ଶିକ୍ଷକ ସଂଙ୍ଗ NPS , ଉପସଭାପତି ଶ୍ରୀ ଶରତ ଚନ୍ଦ୍ର ଦେଶୀ ନାୟକ, ଶ୍ରୀ ଦାରା ସିଂ ବାରିକ, ସଭା ପରିଚାଳକ ଶ୍ରୀ ଦଣ୍ଡ ପାଣି ବଳିଆ ସିଂ, ଶ୍ରୀ ଶରତ ଚନ୍ଦ୍ର ମାଝୀ ମିଳିତ ପ୍ରାଥମିକ ଶିକ୍ଷକ ସମ୍ପାଦକ ଶ୍ରୀ ବିବସ୍ର ପରିଚ୍ଛା, ସିମାଞ୍ଚଳ ନାୟକ, ସମେତ ବହୁ ଶିକ୍ଷକ ଶିକ୍ଷତ୍ରୀ ଉପସ୍ଥିତ ରହିଥିଲେ ।ସଭାର ପରିଚାଳନା ସୁଚାରୁପେ କରି ଥିଲେ ଶ୍ରୀ ଦାରା ସିଂ ବାରିକ


More Stories
ଅବକାରୀ ମନ୍ତ୍ରୀଙ୍କ ବଡବୟାନ ରାଜ୍ୟରେ ଆଉ ଖୋଲିବନି ନୁଆ ମଦ ଦୋକାନ ।
Forester of Bandhbahal, arrested by Odisha Vigilance for accepting Rs 5,000 bribe.
ଦିନ ଦିପହରେ ଜାତୀୟ ରାଜପଥରେ ରାହାଜାନୀ ଓ ମରଣତ୍ମକ ଆକ୍ରମଣ l