ହରଭଙ୍ଗା 17/9. ହରଭଙ୍ଗା ବ୍ଲକର ନଦୀକୁଳିଆ ଅଞ୍ଚଳ ରେ ମହାନଦୀର ଦ୍ୱିତୀୟ ବନ୍ୟା ଜଳ ଆଜି ତୃତୀୟ ଦିନରେ ପହଂଚିଛି l ଜଗନ୍ନାଥ ସଡ଼କ ବହୁ ସ୍ଥାନରେ ଯୋଗାଯୋଗ ବିଛିନ୍ନ ସହିତ ଚାଷ ଜମି ତିନିଦିନ ଧରି ଜଳମଗ୍ନ l ହୀରାକୁଦ ଜଳ ଭଣ୍ଡାର ରୁ 26ଟି ଗେଟ ଦେଇ ମହାନଦୀର ଜଳ ନିଷ୍କାସନ ହେଉଛି!ଫଳରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ନଦୀ କୁଳିଆ ଅଂଚଳ ଚାଷ ଜମି ଗୁଡିକ ତିନି ଦିନ ଧରି ଜଳ ମଗ୍ନ ହେବା ସହିତ ଜଗନ୍ନାଥ ସଡ଼କ ଯାତାୟତ ବାଧାପ୍ରାପ୍ତ ହୋଇଛି! ମହାନଦୀ ର ଚଳିତ ବର୍ଷ ର ଦ୍ୱିତୀୟ ବନ୍ୟା ଜଳ ପ୍ରଭାବ ରେ ହରଭଙ୍ଗା ବ୍ଳକ ର କୃଷ୍ଣମହୋନପୁର ବଲlଟ ସେତୁ ଉପରେ 4ଫୁଟ ଅଧିକ ବନ୍ୟlଜଳ ପ୍ରବାହିତ ସହିତ କରଡ଼ି, ହାଟଗାଁ,ମଙ୍ଗଳପୁର, ଝରାସାହି,ରାମଗଡ଼,ସାମ୍ପୋଚ, ଉଆଁଳ, କଂକଲା,ଧଳପୁର, ବୁଢୀକଣ, ସାକୁସିଙ୍ଗା,ଖଣ୍ଡି ଧଳପୁର,ପାଣିଘରା, ରାଉତପଡା, ହରଭଙ୍ଗା, କୁମାରୀ, ଅଟଲସରା,କୋଡାସିଙ୍ଗ, ତୀରଡ଼,ମାରଡ଼ା ଆଦି ଗ୍ରାମର ଚାଷ ଜମି ଗୁଡିକ ଜଳ ମଗ୍ନ ରେ l ଉକ୍ତ ଅଂଚଳ ଗୁଡିକ ତିନି ଦିନ ଧରି ଚାଷ ଜମି ଜଳ ମଗ୍ନ ରେ ଥିବା ବେଳେ ରାଜସ୍ବ ବିଭାଗ ପକ୍ଷରୁ କୋଣସି ପଦକ୍ଷେପ ନିଆଯାଇନଥିବାରୁ ଚାଷୀକୁଳ ଅସନ୍ତୋଷ ପ୍ରକାଶ ସହିତ ଆଗକୁ ପଶ୍ଚିମ ଓଡିଶା ଗଣପର୍ବ ନୁଆଁଖାଇ କୁ ନୁଆଁ ଧାନ ପାଇଁ ଚିନ୍ତାରେ ଚାଷୀ!ହୀରାକୁଦ ଜଳ ଭଣ୍ଡାରରୁ 26 ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିବାରୁ ରବିବାର ଅପରାହ୍ନ ରେ ହରଭଙ୍ଗା ବ୍ଲକ ନଦୀକୁଳିଆ ଅଂଚଳ ରେ ପୁଣି ମହାନଦୀର ବନ୍ୟା ପାଣି ଧୀରେ ଧୀରେ ବୃଦ୍ଧି ହେବାକୁ ଲାଗିଛି! ଦୁଇ ପଟେ ବନ୍ୟା ଜଳ ପ୍ରଭାବିତ ହେଉଥିବାରୁ ଏବେ ବି ହରଭଙ୍ଗା ଧଳପୁର ଯୋଗା ଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି।ତେଣୁ ପ୍ରଶାସନ ସଜାଗ ରହି ନଦୀକୁଳିଆ ଅଂଚଳ ବାସୀଙ୍କୁ ରିଲିଫ ସହିତ, କ୍ଷତି ଗ୍ରସ୍ତ ଆକଳନ,ଗୃହ ପାଳିତ ପଶୁ ଙ୍କ ଖାଦ୍ୟ,ଓ ବିପଦ ସଂକୁଳ ଅଂଚଳ ଗୁଡିକରେ ପ୍ରାଥମିକ ସେବା ଯୋଗାଇଦେବାକୁ ସାଧାରଣରେ ଦାବି ଉଠୁଛି!
26ଟି ଗେଟ ଦେଇ ଜଳ ନିଷ୍କାସିତ, ବଢୁଛି ବନ୍ୟା ପାଣି.., ହରଭଙ୍ଗା, ଧଳପୁର ଯୋଗା ଯୋଗ ବିଚ୍ଛିନ୍ନ


More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।