ବୌଦ୍ଧ,,( ଚିତ୍ତରଞ୍ଜନ ସିଂହ )
ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ନଗର ସଂଯୋଜକ ଧରଣୀଧର ପରିଡ଼ା ଙ୍କ ଅଧ୍ୟକ୍ଷତାରେ ସହର ର ସମସ୍ତ ସମାଜ ମୁଖିଆ ଓ କାର୍ଯ୍ୟକର୍ତ୍ତା ଙ୍କୁ ନେଇ ଏକ ସାମାଜିକ ସଦଭାବନା ବୈଠକ ଅନୁଷ୍ଠିତ ହୋଇଯାଇଛି।ଅଧିବକ୍ତା ପରିଷଦ ର ପୂର୍ବ କ୍ଷେତ୍ର ସମ୍ପାଦକ କମ୍ଭୁପାଣି ପାଢ଼ୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଗୌରବମୟ ଶାଶ୍ଵତ ଭାରତ ବର୍ଷର ବସୁଧୈବ କୁଟୁମ୍ବକମ୍ ବିଚାର ଆଲୋଚନା କରିଥିଲେ।ସାଂପ୍ରତିକ ସମାଜ ବ୍ୟବସ୍ଥାରେ କିଛି ତୃଟି କାରଣରୁ ଗୌରବଶାଳୀ ପରମ୍ପରାରୁ ଆମେ ସମସ୍ତେ ଦୁରେଇଯାଇଛୁ।ଏଣୁ ପରସ୍ପର ମଧ୍ୟରେ ସଦ୍ଭାବ, ସମନ୍ୱୟ ରଖି ସଂଗଠିତ ଭାବେ ସମାଜ ଉତ୍ଥାନ ପାଇଁ କାର୍ଯ୍ୟ କଲେ ଆମଦେଶ ପରମ ବୈଭବଶାଳୀ ହୋଇ ଆମ ଦେଶ ପୁଣି ବିଶ୍ଵ ଗୁରୁ ପଦରେ ଆସିନ ହୋଇ ବିଶ୍ଵ ମୈତ୍ରୀ ପ୍ରତିଷ୍ଠା କରିପାରିବ ବୋଲି ଅନ୍ୟତମ ବକ୍ତା ସାମାଜିକ ସଦଭାବନା ପ୍ରାନ୍ତ ସଂଯୋଜକ ଜନ୍ମେଜୟ ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ।ସହରର ପ୍ରାୟ ୨୦ଟି ସମାଜ ର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ନିଜ ନିଜ ସମାଜ ର ଗୌରବ ଗାଥା ଉପସ୍ଥାପନା କରି ସମାଜ ର ମଙ୍ଗଳ ପାଇଁ କାର୍ଯ୍ୟ କରିବା ପାଇଁ ପ୍ରତିଜ୍ଞା କରିଥିଲେ । ଭାରତ ମାତା ଓ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପୂଜାର୍ଚ୍ଚନା କରି ସଂଗଠନ ମନ୍ତ୍ର ମାଧ୍ୟମରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ପଦ୍ମଚରଣ ମେହେର ଅତିଥି ପରିଚୟ କରିବା ସହ ମଞ୍ଚ ପରିଚାଳନା କରିଥିବା ବେଳେ ଦେବାଶିଷ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସଂଯୋଜକ ରଘୁନାଥ ଷଡ଼ଙ୍ଗୀ ,ବିଜୟ କୁମାର ସାହୁ,ଶିବରାମ ସାହୁ,ଲକ୍ଷ୍ମୀକାନ୍ତ ଜାନି,ପ୍ରଦୀପ ସାଥୁଆ,ଦୁର୍ଯ୍ୟୋଧନ ବିଶି,ଦିଲ୍ଲୀପ କୁମାର ସାହୁ ,ଅଖଣ୍ଡ ଭବସାଗର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l