ବୌଦ୍ଧ (ଚିତ୍ତରଞ୍ଜନ ସିଂ ).ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ଓ ବରିଷ୍ଠ ବିଜେପି ନେତା ପୂର୍ବତନ ବିଧାୟକ ପାର୍ଥି ସୁଶାନ୍ତ ପ୍ରଧାନ ଙ୍କ ନେତୃତ୍ୱ ରେ ଆଜି ଦ୍ୱିତୀୟ ଦିନ ରେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଣାକଟକ ଓ ହରଭଙ୍ଗା ମଣ୍ଡଳ ର ବିଭିର୍ଣ୍ଣ ଗ୍ରାମ ଗୁଡିକରେ ସରକାର ଙ୍କ ‘ମୋ ମାଟି ମୋ ଦେଶ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ଉକ୍ତ
କାର୍ଯ୍ୟକ୍ରମ ଆଜି ପ୍ରଥମେ ରାଣୀଗଞ୍ଜ ଶିବ ମନ୍ଦିର ରୁ ମାଟି ସଂଗ୍ରହ ଅଭିଯାନ ଆରମ୍ଭ କରି ରାଣୀଗଞ୍ଜ ଗ୍ରାମ ପରିକ୍ରମା ସହ ଘରକୁ ଘର ମାଟି ସଂଗ୍ରହ କରାଯାଇଥିଲା ତତ ସହିତ ଆଡ଼େନିଗଡ଼ି ଶିବ ମନ୍ଦିରରେ ପୂଜାର୍ଚନା ଓ ମାଟି ସଂଗ୍ରହ କରି ଗ୍ରାମ ର ବିଭିର୍ଣ୍ଣ ସାହି ପରିକ୍ରମା କରାଯାଇଥିଲା l ପରେ ଚାରିଛକ ମନ୍ଦିର ରୁ ବଜାର ଯାଏଁ, ଲୁଣିବାହାଲ ଗ୍ରାମ ଆରମ୍ଭ ରୁ ହନୁମାନ ମନ୍ଦିର ଯାଏଁ ଓ ହରେକୃଷ୍ଣ ପୁର ମନ୍ଦିର ରୁ ମାଟି ସଂଗ୍ରହ କରିବା ସହ ବିଭିନ୍ନ ସାହି ପରିକ୍ରମା କରି ମା ମାଟି ସଂଗ୍ରହ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ବିଜେପି ବରିଷ୍ଠ ନେତା ସୁଶାନ୍ତ ପ୍ରଧାନ ଙ୍କ ନେତୃତ୍ୱ ନେଇଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ, ସଂଯୋଜୋକ ଯୁଗଳ ସାମଲ, ବିଧାନସଭା ପ୍ରଭାରୀ ଇଂ ରାକେଶ ତ୍ରିପାଠୀ,ସୁବାସ ପ୍ରଧାନ, ଦେବାଶିଷ ପୁରୋହିତ, କୃଷ୍ଣ ମିଶ୍ର, ବିଶାଳ ହାତୀ, ସୁଶୀଳ ଦେହୁରୀ, ରଞ୍ଜନ ପ୍ରଧାନ, ସୁଧାଂଶୁ ମହାକୁଡ଼, ପ୍ରମୁଖ ଙ୍କ ସହିତ ହଜାର ହଜାର ବିଜେପି କର୍ମୀ ସାମିଲ ଥିଲେ!
ବୌଦ୍ଧ ନିର୍ବାଚନ ମଣ୍ଡଳ ରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ….


More Stories
ରାଜ୍ୟରେ ଉପରମୁହାଁ ପାରଦ: ୯ ସହର ୪୦ଂ ଉପରେ l
କରିତକର୍ମା ବାବୁ କୁବେର ଡେପୁଟି ମ୍ୟାନେଜରଙ୍କ ୨୯ଟି ମାତ୍ର ପ୍ଲଟ୍। ସମୁଦାୟ ସମ୍ପତ୍ତି ତାଲିକା ଆୟଠାରୁ ମାତ୍ର ୪୦୦ ପ୍ରତିଶତ ଅଧକ।
Odisha Vigilance has arrested a sub-treasury employee from Khandapada.