କୋଦଳା, (ଦେବାଶିଷ ମହାରଣା):ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବାଉଁଶିଆ ପଞ୍ଚାୟତରେ ବିଜେପି ପକ୍ଷରୁ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେଶ ଜାତି ପାଇଁ ପ୍ରାଣବଳୀ ଦେଇଥିବା ବୀର ଶହୀଦ ଓ ସ୍ୱାଧିନତା ସଂଗ୍ରାମୀ ମାନଙ୍କ ଘରକୁ ଯାଇ ବିଜେପିର କର୍ମକର୍ତ୍ତା ମାନେ ସେମାନଙ୍କ ତ୍ୟାଗ ନିମନ୍ତେ ପରିବାର ସଦସ୍ୟଙ୍କ ନିକଟରେ ପହଞ୍ଚି ସେମାନଙ୍କ ଘର ଅଗଣାରୁ ମାଟି ସଂଗ୍ରହ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ମାଟି ସଂଗ୍ରହ କରାଯାଇ ଦିଲ୍ଲୀ ଠାରେ ନିର୍ମିତ କରାଯାଉଥିବା ଅମୃତ ବାଟିକାକୁ ପ୍ରେରଣ କରାଯିବ। ସ୍ୱାଧୀନତାର ଅମୃତ ମହୋତ୍ସବ ସମାପନ ଉଦ୍ଦେଶ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ପ୍ରତାପ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପାଣ୍ଡିଆ ମଣ୍ଡଳ ସଭାପତି ଶ୍ରୀକାନ୍ତ ପଣ୍ଡା, କବିସୂର୍ଯ୍ୟନଗର ନେତା ଶ୍ରୀକାନ୍ତ ମହାପାତ୍ର, ବିସ୍ତାରକ ସନ୍ତୋଷ ବିଶ୍ୱାଳ,ସୁଦାମ ବେହେରା.ପୀତବାସ ବିଶ୍ୱାଳ,ଶିଶିର ଗୌଡ଼,ଈଶ୍ୱର ଦାସ ସୂର୍ଯ୍ୟାଶୁଂ ବେହେରା ଙ୍କ ସମେତ ବହୁ ମହିଳା ପୁରୁଷ ଯୋଗ ଦେଇଥିଲେ।
ବିଜେପି ର ବିଭିନ୍ନ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ଜନତା,ବାଉଁଶିଆ ଠାରେ ବିଜେପି ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ l


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ