ରିପୋର୍ଟ, ଚିତ୍ତରଞ୍ଜନ ସିଂହ,
ବୌଦ୍ଧ,,ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ
ରେ ଦୁଇଦିନ ଧରି ଲାଇନ ନଥିବାରୁ ଜନସାଧାରଣ ନାହୁଁ ନଥିବା ଅସୁବିଧା ଭୋଗକରୁଥିବାର ଅଭିଯୋଗ
ହେଉଛି! ଲଗାଣ ବର୍ଷା ରେ ଚାରିଆଡେ ଜଳମଗ୍ନ
ହୋଇଥିବା ବେଳ ଟେଲିଫୋନ ସେବା ସଂପୁର୍ଣ ଅଚଳ ହୋଇ ପଡିଛି ପିଇବା ପାଣି ଟୋପାଏ ପାଇଁ ଡହକ ବିକଳ ହେଉଥିବା ବେଳେ ମଶା ଓ ସରୀସୃପ ଭୟରେ ଜୀବନ ବିତାଉ ଛନ୍ତି ଜନତା. ଗୁହାରି ଶୁଣିବାକୁ କେହି ନାହାନ୍ତି! ବ୍ଲକ ରେ ଥିବା 314ଗୋଟି ଗ୍ରାମ ଏହି ବିଦୂତ ଉପରେ ନିର୍ଭର କରିଥାନ୍ତି ! ଗ୍ରାହକ ମାନଙ୍କ ଠାରୁ ପ୍ରତିମାସରେ ବିଦୂତ ବିଲ ନେଇ ସେବାନଦେଇ କୁମ୍ଭ କର୍ଣ ନିଦ୍ରାରେ ସୋଇଛି ବିଦୂତ ବିଭାଗ!ବିଦୂତ ଚାଲିଗଲେ ବିଭାଗ କର୍ମଚାରୀ ଙ୍କ ସୁଇଜ ଅପ କରି ଦେଉଛନ୍ତି,ନଚେତ ଫୋନ ଉଠାଉ ନାହାନ୍ତି !ଜନସାଧାରଣ ଙ୍କ ସୁବିଧା ଦୃଷ୍ଟି ରୁ ରାଜ୍ୟ ସରକାର ଜରୁରୀ ସେବା ପାଇଁ 112କୁ ଫୋନ କଲେ ଡାକ୍ତର ଖାନା, ପୋଲିସ, ଓ ଦମକଳ ସେବା ଘରେବସି ପାଇଁ ପାରୁଛନ୍ତି ଏହା ଏକ ଜରୁରୀ ସେବା ହୋଇ ଥିବାରୁ ଏଥି
ପାଇଁ ସରକାର ଏକ ହେଲପ ଲାଇନ ନମ୍ବର କରନ୍ତୁ ଏହି ସେବା ଯୋଗାଇ ଦେବାପାଇଁ ଗ୍ରାହକ ମାନଙ୍କ ଦାବିହେଉଛି! ଦୀର୍ଘ ପଚାଶ ବର୍ଷ ତଳେ ଫୁଲବାଣୀ ରୁ ବୌଦ୍ଧ 33କେଭି ଲାଇନ କାର୍ଯ୍ୟ କରାଯାଇଥିଲା ସେଥିରୁ 11କେଭି ଲାଇନ ସଂଯୋଗ କରି ଗ୍ରାହକ ମାନଙ୍କୁ ଓଏ ଏସ ସି ବି ବିଦୂତ ସେବା ଯୋଗାଇ ଆସୁଥିଲା ଓ ଫୁଲବାଣୀ ଗ୍ରୀଡ଼ ରୁ ଏହି ବିଦୂତ ଅଣାଯାଉଥିଲ!

ଏହି ପୁରୁଣା ଲାଇନ ରାଣୀପଥର ଘାଟି ଦେଇ ଆସୁଥିବା ରୁ ବିଭିନ୍ନ ସମୟ ରେ ଘାଟିରେ
ଗଛ ପଡି ବିଜୁଳି ବିଭ୍ରାଟ ଦେଖାଦେଉ ଥିଲା ଫଳରେ ଏହି ଜିଲ୍ଲାର ଲାଣ୍ଡିବନ୍ଧ ଠାରେ 132କେଭି ର ଏକ ଗ୍ରୀଡ଼ ସ୍ଥାପନ କରାଗଲା ! ଏହି ବ୍ଲକ ରେ ନଅ ଗୋଟି ରାଇସ ମିଲ, ତିନୋଟି କ୍ରସର, ସ୍ପିରିଟ ଫାକ୍ଟୋରୀ, ଦୁଇଟି ବଡ ଫାର୍ମହାଉସ , ଶହେରୁ ଉର୍ଦ୍ଧ ଲିପିଟ ପଏଣ୍ଟ ଓ ଅନେକ କୁକୁଡ଼ା ଫାର୍ମ ଥିବାରୁ ମାସିକ କୋଟି କୋଟି ଟଙ୍କା ର ବିଦୂତ ବିଲ ଅସୁଲ କରାଯାଉଛି!ଏହି ବ୍ଲକ ରେ ବାରମ୍ବାର ବି ଜୁଳି ବିଭ୍ରାଟ ଦେଖାଦେଇଥିବାରୁ ଜନସାଧାରଣ ଙ୍କ ହିତ ଦୃଷ୍ଟିରୁ ଲଇଗାଁ, ଚାରିଛକ, ଓ ଛତ୍ରଙ୍ଗ
ଠାରେ ତିନୋଟି 33କେଭି ଗ୍ରୀଡ଼ ସ୍ଥାପନ କରାଗଲା ! ହେଲେ ଫଳ ଶୂନ! ହେଲେ ପଚାଶ ବର୍ଷ ତଳେ ଲାଗିଥିବା ପୁରୁଣା ପୋଲ, ତାର, ଡିସକି ଇନ୍ସୁଲେଟର, ପିନ ଇନ୍ସୁଲେଟର, ଓ ଜମ୍ପର ଛିଣ୍ଡୁ ଥିବାରୁ ଦୈନ ଦୀନ ବିଜୁଳି ବିଭ୍ରାଟ ହେଉ ଥିବାର ଅଭିଯୋଗ ହେଉଛି!ଟାଟା ପାୱାର ଦାଇତ୍ୱ ବୁଝିଲା ଦିନଠାରୁ ଦୈନ ଦୀନ ମେଣ୍ଟ ନାନସ ନାମରେ 4/5ଘଣ୍ଟା ପାୱାର କଟ କରାଯାଉ ଥିବାର କୁହାଯାଉଛି!ଯଦି ଦୈନ ଦୀନ ମେଣ୍ଟନାସ କରାଯାଇଛି ଟିକିଏ ପତର ହଲିଲେ କିପରି ଲାଇନ ଚାଲି ଯାଉଛି ଏହା ବୁଦ୍ଧି ଜୀବି ମହଲରେ ପ୍ରଶ୍ନ ହେଉଛି!ସେହି ତାର ସେହିପୋଲ ଅଛି କେବଳ କମ୍ପାନୀ
ନାମ ବଦଳି ଚାଲିଛି!କିନ୍ତୁ କମ୍ପାନୀ କିଛି ନକରି
ପ୍ରତି ମାସରେ ବିଲି ଅସୁଲ କରି ନେଇ ଚାଲିଛି
କେବଳ ସେବା ନାମରେ ଶୋଷଣ ଚାଲିଛି!
ଯଦି ଜଣେ ସାଧାରଣ ଲୋକ ଲାଇନ ନେବାକୁ ହେଲେ ପୋଲ ଠାରୁ ଟିକିଏ ଦୂର ହେଲେ ପୋଲ କିଣିବାକୁ ପଡୁଛି ଯଦି ଜଣେ ବେକାର କୁଟୀର ଶିଳ୍ପ କରିବାକୁ ଯାଉଛି ଏବେ ଅଧିକ ପରିମାଣ ର ସିକୁରିଟି, ଟ୍ରାନ୍ସଫର ମର,
ତାର, ଓ ପୋଲ କିଣିବାକୁ ପଡୁଛି!ଏହି କାମକୁ
ବିଦୂତ ଠିକାଦାର ଦ୍ଵାରା କରାଯାଉଛି!ଠିକାଦାର
ଓ ବିଭାଗ କର୍ମ ଚାରୀଙ୍କ ମଧୁଚନ୍ଦ୍ରିକା ରେ କାର୍ଯ୍ୟ
ହେଉଥିବା ରୁ ଅତ୍ୟଧିକ ଟଙ୍କା ର ଏକ୍ସଷ୍ଟିମେଣ୍ଟ
କରାଯାଉଥିବାର କୁହାଯାଉଛି!ଫଳରେ ଜଣେ
ବେକାର କୁଟୀର ଶିଳ୍ପ କରିବା ପାଇଁ ପଛ ଘୁଞ୍ଚା
ଦେଉଛି!ସେହିପରି ଇଣ୍ଡଷ୍ଟ୍ରି ଗୁଡିକରେ ଅଧିକ
ସିକୁରିଟି ଦେବାକୁ ପଡୁଥିବାରୁ ଇଣ୍ଡଷ୍ଟ୍ରି ମାଲିକ ମାନଙ୍କ ମନବଳ କମି ଯାଉଥିବାର କୁହାଯାଉଛି!
ସାଧାରଣ ଲୋକ ଟ୍ରାନ୍ସଫର ବସାଇଲେ ବାଡା
ବନ୍ଦୀ ବାଧ୍ୟତା ମୂଳକ ହୋଇ ଥିବା ବେଳେ ବିଭାଗ ଅଧୀନରେ ଥିବା ଟ୍ରାନ୍ସଫର ଗୁଡିକରେ ବାଡା ବନ୍ଦୀ
ନଥିବାବେଳେ ହେବିସୁଜି ନଥିବାରୁ ବିପଦ ସଂକୁଳ ଅବସ୍ଥାରେ ଥିବାର ଦେଖିବାକୁ ମିଳୁଛି!ପୋଲ ଠାରୁ 30ମିଟର ରୁ ଦୂର ହୋଇଗଲେ ଗ୍ରାହକ କୁ ପୋଲ ତାର କିଣି ବାକୁ ପଡୁଛି!ପୁରୁଣା ମିଟର ଠିକ ଥିଲେ
ମଧ୍ୟ ନୁଆଁ ମିଟର ଲଗାଯାଉଛି ଏଥିରେ ଇଣ୍ଡିକେଟର ଜଳିଲେ ମିଟର ଉଠୁଛି!ବିଭିନ୍ନ ସମୟ ରେ ତଦନ୍ତ କରି ମିଟର ଟେମ୍ପରିଙ୍ଗି ହୋଇଛି, ହେବିଲୋଡ଼
ଅଛି, ଡୋମେସ୍ଟିକ ଲାଇନ କମରସିଆଲ ହୋଇଛି, କାହାର ହୁକ ପଡ଼ିଥିବାର ଦର୍ଶାଇ ପାଞ୍ଚ ହଜାର ରୁ
ଦୁଇଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇନ ପକାଯାଇ ଥିବାର ଅଭିଯୋଗ ଶୁଣିବାକୁ ମିଳୁଛି!କମ୍ପାନୀ ରେ ଅଧିକାଂଶ
ଅଣଓଡ଼ିଆ କର୍ମଚାରୀ ଥିବାରୁ ଓଡ଼ିଆ ଭାଷା ବୁଝି
ନପାରି ସମାଧାନ ବଦଳରେ ଏହି ପରି ଭାବରେ
ହଇରାଣ କରାଯାଉଥିର ଗ୍ରାହକ ମାନଙ୍କ ଠାରୁ
ଶୁଣିବାକୁ ମିଳୁଛି!କମ୍ପାନୀ ତୁରନ୍ତ ପୁରୁଣା 33
କେଭି ଓ 11କେଭି ଲାଇନ ର ପୋଲ ଓ ତାର
କୁ ବଦଳାଇ ନୁଆଁ ପୋଲ ଓ କେବୁଲ କରାଯିବା
ଜନସାଧାରଣ ଙ୍କ ଦାବି ହେଉଛି!ନଚେତ ଆଗାମୀ ଦିନରେ ଜନ ଆନ୍ଦୋଳନ ହେବ ବୋଲି ଜନମତ ପ୍ରକାଶ ପାଉଛି l


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.