ଗାଁ ରାସ୍ତା ମରାମତି କଲେ କୁନି କୁନି ଛତ୍ର ଛାତ୍ରୀ l

ବୌଦ୍ଧ (ଚିତ୍ତରଞ୍ଜନ ସିଂହ)

ବୌଦ୍ଧ “ତୁମପରି ଛୋଟ ପିଲାଟିଏ ଗାଁ ଚାହାଳି ର ଚାଟ ସିଏ । ” ଏପରି ଏକ ପଙ୍କ୍ତି ଆପଣମାନେ ପିଲା ଦିନେ ନିହାତି ତୃତୀୟ ଶ୍ରେଣୀ ରେ ପଢି ଥିବେ । ତେବେ ଏହା ର ବାସ୍ତବ ଚିତ୍ର ଆଜି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ର ସୁରୁଣ୍ଡି ଗ୍ରାମରେ ଦେଖିବାକୁ ମିଳିଛି । ସୂଚନାମୁତାବକ ଦୀର୍ଘ ବର୍ଷ ହେଲା ଜଗନ୍ନାଥ ସଡକ ମୁଖ୍ୟରାସ୍ତା ଠାରୁ ସୁରୁଣ୍ଡି ବିଦ୍ୟାଳୟ କୁ ରାସ୍ତା ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି । ଜାହାଫଳ ବର୍ଷା ଦିନ ହେଲେ ଉକ୍ତ ରାସ୍ତା ଦେଇ ଯାତାୟାତ କରିବା କଷ୍ଟକର ହୋଇପଡେ । ଗାଁ ର କୁନି କୁନି ଛାତ୍ରଛାତ୍ରୀ ମାନେ ମଧ୍ୟ ସ୍କୁଲ ଯିବାଆସିବା କରିବା ତା ମଧ୍ୟ ଏକ ପ୍ରକାର ବନ୍ଦ ହୋଇଯାଏ । ଯଦି ବି ଯାନ୍ତି କାଦୁଆ ପଚ ପଚ ରାସ୍ତା ରେ ଡ୍ରେସ ଖରାପ ହୋଇ ଯାଏ ।

ତେବେ ଗ୍ରାମବାସୀ ବାରମ୍ବାର ପ୍ରଶାସନ କୁ ଦାବି ଆପତ୍ତି କରିଥିଲେ ସୁଦ୍ଧା ରାସ୍ତା ର କୌଣସି ସୁଧାର ଆସିନଥିଲା । ସ୍ଥିତି ଏମିତି ହେଲେ ରାସ୍ତା ର କାଦୁଆ ପାଇଁ ଶିକ୍ଷକ ମଧ୍ୟ ସ୍କୁଲ ନ ଆସି ଅନ୍ୟତ୍ର ବଦଳି ହୋଇଥିଲେ ।  ଫଳରେ ଆଜି ସ୍କୁଲ ଛୁଟି ଥିବାରୁ ବାଧ୍ୟହୋଇ ଗାଁ ର କୁନି କୁନି ଛାତ୍ରଛାତ୍ରୀ ମାନେ  କାଦୁଆ ରାସ୍ତା କୁ ସମତୁଲ କରିଛନ୍ତି । ଗାଁ ର ପିଲାଏ ସକାଳୁ ଏକାଠି ହୋଇ ଆଜି ଗାଁ ର ରାସ୍ତା କୁ ମରାମତି କରିବା ସ୍କୁଲ ରେ ଶିକ୍ଷକ ଯୋଗାଇ ଦେବା ପାଇଁ ଦାଵୀ କରିଛନ୍ତି ।l ରିପୋର୍ଟ, ଚିତ୍ତରଞ୍ଜନ ସିଂହ, ବୌଦ୍ଧ l

error: Content is protected !!