ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ଲୁଣିବାହାଲ ଠାରେ ସୋମବାର ବ୍ୟାଙ୍କ ଅଫ୍ ବରୋଦା ର ଏକ ନୂତନ ଏଟିଏମ କାଉଣ୍ଟର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଲୁଣିବାହାଲ ସରପଞ୍ଚ ଶ୍ରୀମତୀ ଚନ୍ଦ୍ରମା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ଲୁଣିବାହାଲ ବ୍ୟାଙ୍କ ଅଫ୍ ବରୋଦା କିଓସ୍କୋ ପରିଚାଳକ ଧୀରେନ୍ ପ୍ରଧାନ, ସାମାଜ ସେବି ସୁବାସ ପ୍ରଧାନ, ସନ୍ତୋଷ ପ୍ରଧାନ,ମନରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଉଦଘାଟିତ ଏଟିଏମ ରୁ ପ୍ରଥମେ ସରପଞ୍ଚ ଶ୍ରୀମତୀ ପ୍ରଧାନ ଟଙ୍କା ଉଠାଣ କରିଥିଲେ। ପୂର୍ବରୁ କିଓସ୍କୋ ବ୍ୟାଙ୍କ୍ ହେବା ଦ୍ଵାରା ଲୋକମାନେ ବ୍ୟାଙ୍କ ସୁବିଧା ସୁଯୋଗ ପାଉଥିବା ବେଳେ ଏଟିଏମ ହେବା ଦ୍ଵାରା ଆହୁରି ଅଧିକ ସୁବିଧା ହେବ ବୋଲି ଲୋକେ ଖୁସି ବ୍ୟକ୍ତ କରିଛନ୍ତି।


More Stories
ଆମରିସତ୍ୟ ବିକାଶ ପରିଷଦର ଓଡ଼ିଆ ପକ୍ଷ ପାଳନ।
ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଖୋରଧା l
ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ: ମନ ମୋହିଲା ପାରମ୍ପରିକ ଦଣ୍ଡ ନୂର୍ତ୍ୟ |