ରିପୋଟର :ବିକାଶ ନାୟକ
ବିଭିନ୍ନ ଗାଁ ଗସ୍ତକରି ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାର ସଫଳ ରୂପାୟନ ପାଇଁ ଅଣ୍ଟା ଭିଡିଛନ୍ତି ଯୁବନେତା ମଣ୍ଟୁ ନାଏକ l
ଭବାନୀପାଟଣା ନିର୍ବାଚନ ମଣ୍ଡଳୀ କେସିଙ୍ଗା ବ୍ଲକ ଅନ୍ତର୍ଗତ ଅଧମୁଣ୍ଡା ପଞ୍ଚାୟତର ସୋରିଂପଦର ଗାଁ ବୁଲି ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରୁଛନ୍ତି ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ଶ୍ରୀ ମଣ୍ଟୁ ନାଏକ। ବିଜୁ ଜନତା ଦଳର ସଂଗଠନ ତୃଣମୂଳ ସ୍ତରରେ ଅଧିକ କ୍ରିୟାଶୀଳ କରିବା ପାଇଁ ଆହ୍ବାନ ଦେବାସହ ମାନ୍ୟବର ମୁଖ୍ୟମନ୍ତ୍ରୀ କିଭଳି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ସମସ୍ତଙ୍କୁ ସପଥ କରାଇଛନ୍ତି।

ସ୍ଥାନୀୟ ସମସ୍ୟାକୁ ନେଇ କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାରଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା କରି ସମାଧାନ ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧମୁଣ୍ଡା ପଞ୍ଚାୟତର ସମିତି ସଭ୍ୟ ସର୍ମିଷ୍ଠା ମାଝୀ, ନାଏବ ସରପଞ୍ଚ ଜଗତରାମ ମାଝୀ , ପୂର୍ବତନ ନାଏବ ସରପଞ୍ଚ ଶିଶୁପାଳ ବାଗ, ଓ୍ବାର୍ଡ ମେମ୍ବର ଲକ୍ଷ୍ମୀ ମାଝୀ, କ୍ଷୀରେନ୍ଦ୍ର ମାଝୀ, ରାମ ଚନ୍ଦ୍ର ବୁଦ୍ଧିଆ, ସମାଜସେବୀ ଦିବାକର ବୁଦ୍ଧିଆ, ଯୁବ ନେତା କିଶୋର ଜାନୀ, ରମେଶ ପ୍ରଧାନ, କେତନ ସା, ଛାତ୍ର ନେତା ଆଶୁତୋଷ ବେହେରା, ନବୀନ ନାୟକ, ପ୍ରେମ ତାଣ୍ଡି, ବରିଷ୍ଠ କର୍ମକର୍ତ୍ତା ଯୁବ- ଛାତ୍ର, ମହିଳା ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।


More Stories
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ l
Dr. Sumant Kumar Patel, the officer of the Kaniha Health Center in Angul district, was caught by the vigilance while accepting a bribe of Rs. 49,000.
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ