ଖୋର୍ଦ୍ଧା

ଆଜି ତା,29/9,(ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା,ବାଣପୁର ବ୍ଲକ ବିଜୁ ଜନତାଦଳ ପକ୍ଷରୁ ନନ୍ଦପୁର ସ୍ଥିତ ମା ମେଘାମ୍ବରୀ...
ବାଣପୁର (ଆମ ଓଡ଼ିଶା ଖବର ) ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଅମୁଲ୍ୟ ସୁବୁଦ୍ଧିଙ୍କ...
ବାଣପୁର :(ଆମ ଓଡ଼ିଶା ଖବର) ନକଲି  ବିଦ୍ୟାଳୟରେ ଚାଲିଛି ପାଠ ପଢ଼ା ଶିକ୍ଷା କୁ ଏକ ମହତ ପେସା...
ବାଣପୁର (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ମା’...
 ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ସାମ୍ବାଦିକମାନଙ୍କ ପକ୍ଷରୁ  ୬ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ...

ଟାଙ୍ଗୀ:ଚାନ୍ଦପୁର ଟାଉନ୍ ରାସ୍ତାର ପ୍ରଶସ୍ତିକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ  l

ଚିଲିକା (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଓ ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଅଞ୍ଚଳରେ ଥିବା ଟାଉନ୍ ରାସ୍ତା ଯାହାକି ୧୬ ନଂ ଜାତୀୟ ରାଜପଥ ସହିତ ସଲଗ୍ନ ହୋଇଛି , ସେହି ରାସ୍ତାର ପ୍ରଶସ୍ତିକରଣ ପାଇଁ ଯାହାକି ୨ ଥାକିଆ ରାସ୍ତାରୁ ହେବ ୪ ଥାକିଆ ରାସ୍ତା । ଦୂରତା ମାତ୍ର ୨/୨ ଅର୍ଥାତ ୪ କିଲୋମିଟର ରାସ୍ତାରେ ହେବ ପ୍ରଶସ୍ତିକରଣ । ଏଥିପାଇଁ ବ୍ୟୟ ଅଟକଳ ୧୪ କୋଟି ଟଙ୍କା କରାଯାଇଛି । ଏହି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟକ୍ରମ ର ଆଜି ଭିତ୍ତି ପ୍ରସ୍ତର ସ୍ଥାପନ ରେ ମାନ୍ୟବର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ , ପୁରୀ ସାଂସଦ ଡ. ସମ୍ବିତ ପାତ୍ର , ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ , ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ । ସରକାରୀ ଜାଗାରେ ଖୁଚୁରା ଦୋକାନୀ ଓ ଉଠା ଦୋକାନୀ ମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ‘ଟାଙ୍ଗୀ ମିଡ଼ିଆ ସେବା ସଂଘ’ ପକ୍ଷରୁ ଦାବି କରାଯାଇଛି । ଅନ୍ୟପଟରେ ଏହି ପ୍ରକଳ୍ପ ଦ୍ବାରା ଖୋରଧା ନିର୍ବାଚନ ମଣ୍ଡଳୀ ଓ ରଣପୁର ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣ ମାନେ ବହୁ ମାତ୍ରାରେ ଉପକୃତ ହେବେ , ତେଣୁ  ସମସ୍ତେ ଏଥିରେ ସହଯୋଗ କରିବା ପାଇଁ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସାଂସଦ , ବିଧାୟକ ଓ ମାନ୍ୟବର ବାଚସ୍ପତି ଅନୁରୋଧ କରିଛନ୍ତି ।

error: Content is protected !!