ଯୌତୁକ ନିର୍ଯାତନା ସହି ନ ପାରିବାରୁ ଜୀବନ ହାରିଥିବା ଅଭିଯୋଗ ଆଣିଲେ ବାପଘର ଲୋକେ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡି ନିକଟସ୍ଥ ନୀଳାଦ୍ରି ବିହାର ଅଞ୍ଚଳରେ ଘଟିଯାଇଛି ଏଭଳି ଏକ ଘଟଣା । ମୃତ ମହିଳାଙ୍କ ନାମ ହେଉଛି ରୋଜିରାଣୀ ମାଝୀ (୩୫ ବର୍ଷ) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଗ୍ରାମର ରୋଜିରାଣୀ ମାଝୀ ୧୨ ବର୍ଷ ପୂର୍ବେ ଡୁଙ୍ଗମାଳ ପଞ୍ଚାୟତ ନୀଳାଦ୍ରି ବିହାରର ରୋହିତ କୁମାର ମାଝୀଙ୍କୁ ବିବାହ କରିଥିଲେ। ମଙ୍ଗଳବାର ବିଳମ୍ବିତ ରାତ୍ରିରେ ରୋଜି ଘର ପଙ୍ଖାରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ। ଖବର ପାଇ ରୋଜିଙ୍କ ବାପଘର ଲୋକ ଶ୍ୱଶୁର ଘରେ ପହଞ୍ଚିଥିଲେ। ତେବେ ରୋଜିଙ୍କ ପିତା ଖଲି ଜେନା ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ସଦାବେଳେ ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ଯୌତୁକ ନିର୍ଯ୍ୟାତନା ଦେବା ସହିତ ମାରପିଟ ମଧ୍ୟ କରୁଥିଲେ l ଯେଉଁଥିପାଇଁ ସେ ନିଜକୁ ସହିବାର ସବୁସୀମା ଟପି ଯିବାରୁ ଚାପରେ ଥିବାରୁ ନିଜକୁ ସହ୍ୟ କରିନପାରି ଯାହା ଫଳ ରେ ଆତ୍ମହତ୍ୟା କରିଥିବା କୁହାଯାଉଛି l ଚିଲିକା ତହସିଲଦାର ଓ ନାଭାଲ ଫାଣ୍ଡି ପୋଲିସ ଉପସ୍ଥିତ ରହି ଘଟଣା ସ୍ଥଳରୁ ଘର କବାଟ ଭାଙ୍ଗି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରୁଛି l
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର l


More Stories
ଖଣି ଖାଲରୁ ଅଜଣା ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର l
ପଦାରେ ପଡିଲା ତରବରିଆ ମେଡିକାଲ ରୁ ଡିଶ୍ଚାର୍ଜ !
Prof. Dr. Sanatan Behera caught taking bribe in vigilance net