(କପିଳେଶ୍ଵରସିଂହଙ୍କରିପୋର୍ଟ)
ଜଙ୍କିଆ ଥାନା ଅଂଳଳରେ ଧିରେ ଧିରେ ଚୋରୀ ଡକାୟତି ରାହାଯାନୀ ବଢିବାରେ ଲାଗିଛି।ଚୋରୀ ଡକାୟତି ରାହାଯାନୀ କୁ ରୋକିବାରେ ପୋଲିସ ପ୍ରଶାସନ ବିଫଳ ହୋଇଛି।ଜିଲ୍ଲାରେ ମାତ୍ରାଧିକ ପରିମାଣରେ ନିଶାକାରବାର ଯୋଗୁଁ ନିଶାଡି ଓ ଶିକ୍ଷିତ ଯୁବ ଗୋଷ୍ଠୀ ଟଙ୍କା ପାଇଁ ଚୋରୀ ଲୁଟପାଟ କରୁଥିବା ନଜରକୁ ଆସୁଛି।ଖତକାଲି ବିଳମ୍ବିତ ରାତିରେ ଚୋରମାନେ ହଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ତାଲା ଭାଗିଂ ଭିତରେ ପଶି ଏସି,ଏଲଇଡି ଟିଭି,ବ୍ୟାଟାରୀ,ଇନଭୋଟର,ସିସିଟିଭି ହାଡ ଡିକ୍ସ ସହିତ ଅନ୍ୟାନ୍ୟ ଜିନିଷପତ୍ର ସହିତ ଲକ୍ଷାଧିକ ଟଙ୍କା ର ସାମଗ୍ରୀ ଚୋରୀ କରି ନେଇଥିବା ଜଣାପଡିଛି।ସକାଳୁ ମେଡ଼ିକାଲ କର୍ମଚାରୀ ମେଡ଼ିକାଲ ଖୋଲିବା ବେଳକୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।ଖବର ପାଇ ଘଟଣା ସ୍ଥଳରେ ଜଂକିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ହଜ ବଜାରର ବିଭିନ୍ନ ଯାଗାରେ ଲାଗିଥିବା ସିସିଟିଭି ଗୁଡିକ ତନ୍ନ ତନ୍ନ କରି ଯାଚଂ କରୁଛି।ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।ଅଂଚଳରେ ନିଶା କାରବାର ଓ ପୋଲିସର ଢିଲା ପେଟ୍ରୋଲିଂ ଯୋଗୁଁ ଚୋରି ହୋଇଥିବା ସାଧାରଣ ଲୋକେ କହିଛନ୍ତି l


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.