ଧର୍ମଗଡ : ଧର୍ମଗଡ଼ ଚାରିଛକ ନିକଟ ଆମ୍ବେଦକର ପ୍ରତିମୂର୍ତ୍ତି ଠାରେ କଳାହାଣ୍ଡି ଜିଲ୍ଲାର ସାମାଜିକ ସଂଗଠନ ଅଲ ଓଡିଶା ସିଡୁଲ୍ଡକାଷ୍ଟ ଫେଡେରେସନ ଧର୍ମଗଡ ଓ ଓବିଶି, ଏସଟି,ଏସସି ମିଳିତ ମଞ୍ଚ ତରଫରୁ ଭାରତୀୟ ଜାତୀୟ ପତାକା ଦିବସ ପାଳିତ ହୋଇ ଯାଇଛି ।ପ୍ରଥମେ ସମ୍ବିଧାନ ପ୍ରଣେତା ଡ଼. ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ବୁଦ୍ଧ ବନ୍ଦନା ଗାନ କରିଥିଲେ।ଉପସ୍ଥିତ ସଭ୍ୟ ମାନେ ଜାତୀୟ ପତାକା ର ମହତ୍ୱ ବିଷୟରେ ମତ ବ୍ୟକ୍ତ କରିଥିଲେ। ଭାରତୀୟ ଜାତୀୟ ପତାକା ଶାନ୍ତି ମୈତ୍ରୀ, ପ୍ରଗତି ର ପ୍ରତୀକ. ତ୍ରିରଙ୍ଗା କୁ ଜାତୀୟ ପତାକା ମାନ୍ୟତା ଦେବାରେ ବାବାସାହେବ ଆମ୍ବେଦକର ଙ୍କ ଅବଦାନ ସମ୍ପର୍କରେ ବକ୍ତା ମାନେ ନିଜ ନିଜ ଅବିଭାଷଣ ରେ କହିଥିଲେ।କାର୍ଯ୍ୟକ୍ରମ ରେ ଢଗ ନାଏକ, ଦେବାର୍ଚ୍ଚନ ସେଠିଆ, ଶ୍ୟାମ ସୁନ୍ଦର ନାଗ,ବିଦୁର ଜାଲ,ରୀନା ଭୋଇ, ସୁଶାନ୍ତ ଜାଲ, ପ୍ରଶାନ୍ତ ନାଏକ,ଅଶେଶ୍ୱର ଦୁର୍ଗା,ଅନନ୍ତ ସୁନାନୀ,ଗୋବର୍ଧନ ଶବର,ଶ୍ୟାମ ସୁନ୍ଦର ମାଝୀ, ଭୁବନେଶ୍ୱର ନିଆଲ, ପବିତ୍ର ପାଣିଗ୍ରାହୀ, ତୁଷାର କଟା, ଗୋକୁଳ ଚନ୍ଦ୍ର ସାହୁ,ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଧର୍ମଗଡ ଆମ୍ବେଦକର ପ୍ରତିମୂର୍ତ୍ତି ସମ୍ମୁଖରେ ଜାତୀୟ ପତାକା ଦିବସ ପାଳିତ l


More Stories
୭୦ ବର୍ଷ ରେ ସାଲେପାଲି ରାମଲୀଳା ନାଟକ l
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ
ମାଙ୍କ ମହିଁସା ମର୍ଦିନୀ ବେଶରେ ଦର୍ଶନ ପରେ, ନବରାତ୍ର ମହୋତ୍ସବ ଉଦଯାପିତ।