ରିପୋର୍ଟ :ଜଗନ୍ନାଥ ମହାନ୍ତ
କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନା ଧରୁନି ଗତକାଲି ରାତିରେ ଭୀମକାଣ୍ଡ ଗ୍ରାମରେ ହାତୀପଲଙ୍କ ଉତ୍ପାତ ଦେଖିବାକୁ ମିଳିଛି, ହାତୀପଲ୍ଲ ଗାଁରେ ବାଡ଼ି ବଗିଚା ଉଜାଡ଼ିବା ସହ ଧାନ ଫସଲ ନଷ୍ଟ କରିଛିନ୍ତି, ଗ୍ରାମର ଦେବ ପ୍ରଧାନ, ଘନ ପ୍ରଧାନ, ରମା ପ୍ରଧାନ, ଅର୍ଜୁନ ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ, ଆକାଶ ପ୍ରଧାନ ଙ୍କର ଧାନ ତଳି କିଆରୀ ହାତୀପଶି ମାଡି ଦଳି ନଷ୍ଟ କରିଛନ୍ତି, ଧାନ ପୋତିବାକୁ ପ୍ରସ୍ତୁତ ତଳିବିଡା ଜମି ହୁଡାରେ ରଖା ଯାଇଥିବାବେଳେ ତାହାକୁ ଖାଇ ଯାଇଛନ୍ତି,ବର୍ତମାନ ଚାଷକାର୍ଯ୍ୟ ଜୋରସୋରରେ ଚାଲିଥିବାବେଳେ ହାତୀ ତଳି କିଆରୀ ନଷ୍ଟକରିବା ନେଇ ମୁଣ୍ଡରେ ହାତଦେଇ ବସିଛନ୍ତି ଚାଷୀ ବନବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସୋହାୟତା ଯୋଗେଇଦେବା ସହିତ ହାତୀକୁ ଅନ୍ୟତ୍ର ଘଉଡ଼ାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି l


More Stories
ଖୋର୍ଦ୍ଧା ଜିଲ୍ଲା ଦୁର୍ନୀତି ନିବାରଣ ସଚେତନତା ସମାରୋହ ।
ଖିମଜି ସୁନାରୂଣ ନୂତନ ଶାଖା ଶୁଭାରମ୍ଭ l
RAYAGADA RAINFALL REPORT: 3-10-2025