ଖଲ୍ଲିକୋଟ, (ଦେବାଶିଷ ମହାରଣା):ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାରାୟଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲଙ୍ଗଳେଶ୍ୱର ଠାରେ ଶିଶୁ ମହୋତ୍ସବ “ସୁରଭି ୨୦୨୩” ମହା ଆଡମ୍ବରରେ ପାଳିତ ହୋଇଯାଇଛି। ସି ଆର ସି ସି ପ୍ରକାଶ ଚନ୍ଦ୍ର ସେଠିଙ୍କ ତତ୍ଵାବଧାନରେ ଆୟୋଜିତ ଏହି ଉତ୍ସବରେ ଖଲ୍ଲିକୋଟ ବିଧାୟୀକା ସୂର୍ଯ୍ୟମଣି ବୈଦ୍ୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଖଲ୍ଲିକୋଟ ଡାଏଟ ଅଧକ୍ଷ୍ୟ ଅଭିରାମ ବିଶ୍ୱାଳ ମୁଖ୍ୟବକ୍ତା, ସମାଜସେବି ମିତାଞ୍ଜଳି ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ବିନାୟକ ଜାଲି, ସରପଞ୍ଚ ରମେଶ ସାହୁ, କଳାପ୍ରେମୀ ପ୍ରେବେଶ ପଟନାୟକ,ପ୍ରଧାନ ଶିକ୍ଷୟତ୍ରୀ ନର୍ମଦା ଜେନା ପ୍ରମୁଖ ସନମାନିତା ଅତିଥି ରୂପେ ଯୋଗ ଦେଇଥିଲେ। ପରିଚାଳନା କମିଟି ର ଚେୟାରମ୍ୟାନ ବିନାୟକ ବେହେରା ଅଭିଭାଷଣ ଦେଇ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ଆଞ୍ଚଳିକ ସାଧନା କେନ୍ଦ୍ର ଲଙ୍ଗଳେଶ୍ୱର ଅଧିନସ୍ତ ୧୨ ଗୋଟି ବିଦ୍ୟାଳୟରୁ ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରୁ ୧୬ ଜଣ ପ୍ରଥମ ଉତୀର୍ଣ୍ଣ ହୋଇ ବ୍ଲକ ସ୍ତରକୁ ଯାଇଥିବା ବେଳେ ସୌଦାମିନୀ ସ୍ୱାଇଁ ସ୍ୱମଜିତ ପାତ୍ର, ଶ୍ରୀୟା ଶବର ମିଲେଟ ମିଶନ ରେ କୃତକାର୍ଯ୍ୟ ହୋଇଥିଲେ। ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ, ପ୍ରତ୍ୟେକ ପିଲାଙ୍କ ଲୁକାୟୀତ ପ୍ରତିଭାକୁ ଚି଼ହ୍ନଟ କରିବା ସହିତ ଆଗକୁ ବଢିବାକୁ ପ୍ରୋତ୍ସାହିତ କରୁଥିବାରୁ ସରକାର ଙ୍କୁ ଧନ୍ୟବାଦ ଦେଇଥିଲେ ବିଧାୟିକା ଶ୍ରୀମତୀ ବୈଦ୍ୟ ।
ପ୍ରତିଭା ଚିନ୍ହିବାରେ ଏକ ଅନନ୍ୟ କାର୍ଯ୍ୟକ୍ରମ “ସୁରଭି”

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l