କୋଦଳା, (ଦେବାଶିଷ ମହାରଣା):ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସମା ଗାଁ ରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି | ସମା ଗାଁ ଖତାଡ଼ି ସାହି ର ପନ୍ଦର ବର୍ଷର ବାଳକ ରୁଦ୍ର ପ୍ରସାଦ ବାରିକ ଅସାବଧାନତା ବଶତଃ ପୋଖରୀ ରେ ବୁଡି ଯାଇଥିଲେ |ତେବେ ସମା ଡାକ୍ତରଖାନା ରେ ଡାକ୍ତର ନଥିବା ଯୋଗୁଁ ଗ୍ରାମବାସୀ 108 ଆମ୍ବୁଲାନ୍ସ ଯୋଗେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ | ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ବିଡମ୍ବନା ର ବିଷୟ ସମା ଡାକ୍ତରଖାନା ରେ ଡାକ୍ତର ନଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ବେଳେ ବିକାଶ ବିକାଶ ନାମରେ ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଙ୍କ ଚରମ ଅବହେଳା ଏଠି ପ୍ରତିପାଦିତ ହେଉଛି ବୋଲି କହିଛନ୍ତି କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ | ତେବେ ଅଧ୍ୟକ୍ଷ ଶ୍ରୀ ନାୟକ ଡାକ୍ତରଖାନାରେ ପହଞ୍ଚି ପରିବାର ବର୍ଗ ଙ୍କୁ ସାନ୍ତ୍ୱନା ଦେବା ସହ ଦୁଃଖ ପ୍ରକାଶ କରିଥିଲେ | ମୃତକ ଙ୍କ ପରିବାର ଗରୀବ ହୋଇଥିବାରୁ ପରିବାର ଲୋକଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବୀ କରିଛନ୍ତି ଶ୍ରୀ ନାୟକ |
ସମା ରେ ପୋଖରୀ ରେ ବୁଡି ପନ୍ଦର ବର୍ଷର ବାଳକ ମୃତ୍ୟୁ,ମେଡିକାଲ ରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣେଇଲେ କୋଦଳା ଅଧ୍ୟକ୍ଷ l


More Stories
ରାଜ୍ୟରେ ଉପରମୁହାଁ ପାରଦ: ୯ ସହର ୪୦ଂ ଉପରେ l
କରିତକର୍ମା ବାବୁ କୁବେର ଡେପୁଟି ମ୍ୟାନେଜରଙ୍କ ୨୯ଟି ମାତ୍ର ପ୍ଲଟ୍। ସମୁଦାୟ ସମ୍ପତ୍ତି ତାଲିକା ଆୟଠାରୁ ମାତ୍ର ୪୦୦ ପ୍ରତିଶତ ଅଧକ।
Odisha Vigilance has arrested a sub-treasury employee from Khandapada.