କୋଦଳା, (ଦେବାଶିଷ ମହାରଣା):ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସମା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଉକ୍ତ ଗ୍ରାମର ପୁରୁଣା ବନ୍ଧ ପୋଖରୀରେ ବୁଡିଯାଇ ଶନିବାର ପାଖାପାଖି ୯ ଘଣ୍ଟା ସମୟରେ ସମା ଖତାଡି ସାହିର ରୁଦ୍ର ପ୍ରସାଦ ବାରିକ ନାମକ ଜଣେ ୧୫ ବର୍ଷର ନାବାଳକ ଗୁରୁତର ହୋଇଥିଲେ ।ତୁରନ୍ତ ତାଙ୍କୁ ଉଧାର କରି ସମା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ ଡ଼ାକ୍ତର ନଥିବାରୁ ୧୦୮ ଆମ୍ବୁଲାନ୍ସ କୁ ଡକାଯାଇ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏଭଳି ଏକ ଦୁଃଖଦ ଘଟଣାକୁ ନେଇ ଗ୍ରାମବାସୀ, ସରପଞ୍ଚଙ୍କ ସମେତ ଅଞ୍ଚଳବାସୀ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ଅନ୍ୟ ପଟେ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ବିଜେପି ର ବରିଷ୍ଠ ନେତା ପ୍ରତାପ ନାୟକ | ତାଙ୍କ କହିବା ମୁତାବକ ସମା ଡାକ୍ତରଖାନା ରେ ଡାକ୍ତର ନଥିବା ଯୋଗୁଁ ଏକ ନିରୀହ ବାଳକ ର ଜୀବନ ଚାଲିଗଲା | ଏ ନେଇ ସେ ସିଧା ସଳଖ ଦାୟୀ କରିଛନ୍ତି ସରକାର ଙ୍କ ବିଦ୍ଧି ବ୍ୟବସ୍ଥାକୁ | ସମା ଡାକ୍ତରଖାନା ର ଡାକ୍ତର ଅଭାବ ଯୋଗୁଁ ବାଳକ ଟିର ମୃତ୍ୟୁ ଘଟିଥିବା ବେଳେ ଖୁବ ଶୀଘ୍ର ଡାକ୍ତର ପୂରଣ ନିମନ୍ତେ ଆନ୍ଦୋଳନ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି | ସେପଟେ କୋଦଳା ମେଡିକାଲରେ ପୁରୁଷୋତ୍ତମପୁର ପୋଲିସ ପହଞ୍ଚି ଘଟଣା ର ଅନୁଧ୍ୟାନ କରୁଥିବା ଜଣା ପଡିଛି | ଯାହାକୁ ନେଇ ମେଡିକାଲ ପରିସରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ପହଞ୍ଚି ମୃତକ ଙ୍କ ପରିବାର କୁ ସାନ୍ତ୍ୱନା ଦେଇଥିବା ଜଣାପଡିଛି |
ପୋଖରୀରେ ବୁଡି ବାଳକ ମୃତ୍ୟୁ,ସମା ରେ ଡାକ୍ତର ନ ଥିବାରୁ ସରକାରଙ୍କୁ ଦାୟୀ କଲେ ବିଜେପି ନେତା ପ୍ରତାପ ନାୟକ l


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ