ରିପୋର୍ଟ :ରାକେଶ ମହାରଣା
ବେଗୁନିଆପଡା(ଆମ ଓଡ଼ିଶା ଖବର):କୁହାଯାଏ ବାହାଘର ଏକ ପବିତ୍ର ବନ୍ଧନ | ହେଲେ କୌଣସି କାରଣ ବଶତଃ ଯଦି ବାହାଘର ର ସାତ ବର୍ଷ ପରେ ବିଛେଦ ଘଟି ସ୍ତ୍ରୀ ଅନ୍ୟତ୍ର ବାହା ହୁଏ ଏଵଂ ସ୍ୱାମୀ ମଧ୍ୟ ଅନ୍ୟତ୍ର ବାହା ହେବାକୁ ମନସ୍ତ କରେ ତେବେ ୟାକୁ ଆପଣ କଣ କହିବେ | ଆଜ୍ଞା ହଁ ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ସାଙ୍କୁଡ଼ା ଗ୍ରାମରେ | ଏହି ଗ୍ରାମର ମହେଶ୍ୱର ମଲିକ ଙ୍କ ଏକମାତ୍ର ପୁଅ ରାଜେନ୍ଦ୍ର ମଲିକ ଦୀର୍ଘ ସାତ ବର୍ଷ ପୂର୍ବେ ବୈଦିକ ରୀତିନୀତି ଅନୁସାରେ ସେହି ଗ୍ରାମର ବିଶ୍ୱନାଥ ନାୟକ ଙ୍କ ଝିଅ କୁ ବିବାହ କରିଥିଲେ | ବାହାଘର ପରେ କିଛି ବର୍ଷ ସବୁ ଠିକ ଠାକ ଚାଲିଥିବା ବେଳେ ହଠାତ ଦାମ୍ପତ୍ୟ ଜୀବନରେ ଦେଖାଗଲା ଟ୍ଵିଷ୍ଟ | ରାଜେନ୍ଦ୍ର ଙ୍କ ପତ୍ନୀ ଲକ୍ଷ୍ମୀ ଅନ୍ୟ ଜଣେ ଯୁବକଙ୍କୁ ଭଲ ପାଇ ବସିଲେ | ଯେହେତୁ ସ୍ୱାମୀ ରାଜେନ୍ଦ୍ର ରାଜ୍ୟ ବାହାରେ ରହି କାମ କରୁଥିଲେ ଏହାର ସୁଯୋଗ ନେଇ ସ୍ତ୍ରୀ ଲକ୍ଷ୍ମୀ ଅନ୍ୟ ଜଣେ ପୁଅ ସହିତ ମୋବାଇଲ ଯୋଗେ ପ୍ରେମ କରି ବସିଲେ | ପରବର୍ତୀ ମୁହୂର୍ତ୍ତରେ ଘରେ କାହାକୁ ନଜଣାଇ ଲକ୍ଷ୍ମୀ ସେହି ଯୁବକ ସହିତ ଫେରାର ହୋଇ ଯାଇଥିଲେ | ଏଵଂ ଘଟଣା ପ୍ରଘଟିତ ହେବା ପରେ ରାଜେନ୍ଦ୍ର ପୋଲିସ ର ସହାୟତା ଲୋଡ଼ିଥିଲେ | ଫଳ ସ୍ୱରୂପ ବୁଧବାର ବେଗୁନିଆପଡା ଥାନା ଆଇଆଇସି ମଞ୍ଜରୀ ନାୟକ, ଏସ ଆଇ ଜଗଦୀଶ ପଣ୍ଡା ଏଵଂ ସ୍ଥାନୀୟ ଭଦ୍ରବ୍ୟକ୍ତି ଙ୍କ ଉପସ୍ଥିତି ରେ ସ୍ତ୍ରୀ ଲକ୍ଷ୍ମୀ ବାହାଘର ସମୟରେ ଦିଆ ଯାଇଥିବା ସମସ୍ତ ଆସବାବ ପତ୍ର ନେଇ ବାପ ଘରକୁ ଚାଲିଯାଇଥିଲେ | ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟି ଥିବା ବେଳେ ଏ ନେଇ ମହିଳା ଜଣଙ୍କ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ | କିନ୍ତୁ ମହିଳାଙ୍କ ବାପ ଘର ପକ୍ଷରୁ ବାହାଘର ସମୟରେ ଦିଆଯାଇଥିବା ସମସ୍ତ ଆସବାବ ପତ୍ର କୁ ସ୍ତ୍ରୀ ଫେରାଇ ନେଇ ଥିବା ବେଳେ ସ୍ୱାମୀ ରାଜେନ୍ଦ୍ର ଙ୍କ ପକ୍ଷରୁ ଦିଆ ଯାଇଥିବା ସମସ୍ତ ଜିନିଷ କୁ ମଧ୍ୟ ସ୍ତ୍ରୀ ପକ୍ଷରୁ ଫେରାଇ ନିଆଯାଉ ବୋଲି ମଧ୍ୟ ସେ କହିଛନ୍ତି |
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l