କୋଦଳା(ଦେବାଶିଷ ମହାରଣା):ଧର୍ମ ପ୍ରତି ଲୋକଙ୍କ ଜାଗରଣ,ଭକ୍ତି ଭାବ ର ଏକ ସୁନ୍ଦର ନମୁନା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଝାଡବାଇ ଗ୍ରାମରେ | ଏହି ଗ୍ରାମରେ ଅନୁଷ୍ଠିତ ଏକ ଭକ୍ତି ମୟ ପରିବେଶରେ ଆୟୋଜିତ ସଂକୀର୍ତନ ସମାବେଶକୁ ବେଶ ଆଡମ୍ବର ସହକାରେ ପାଳନ କରିଛନ୍ତି ସ୍ଥାନୀୟ ବାସିନ୍ଦା | ଏହି ସମାବେଶ ର ମୁଖ୍ୟ ଅତିଥି ଭାବେ କୋଦଳା ର ପୂର୍ବତନ ନଗର ପାଳ ହରପ୍ରସାଦ ସାହୁ ଯୋଗ ଦେଇ ଭକ୍ତି ଓ ଭକ୍ତ ର ସୁନ୍ଦର ନମୁନା ପ୍ରଦର୍ଶନ କରିବା ସହିତ ସାଧାରଣ ଲୋକଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ | ସନମାନିତ ଅତିଥି ଭାବେ କୋଦଳା ଏନଏସି ର ପୂର୍ବତନ ଉପାଧ୍ୟକ୍ଷା ସୁନୀତା ପ୍ରଭା ସାହୁ ଏଵଂ କବିସୂର୍ଯ୍ୟ ଯୁବ ସଂଗଠନର ଅଧ୍ୟକ୍ଷା ରଂଜିତା ସାହୁ ଯୋଗ ଦେଇ ସଭାରେ ଉପସ୍ଥିତ ବ୍ୟକ୍ତି ବିଶେଷ ଙ୍କ ପାଇଁ ବହୁ ମୂଲ୍ୟ ମତ ରଖିଥିଲେ | ଏକ ବିରାଟ ଶୋଭାଯାତ୍ରାରେ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ ଝାଡ଼ବାଇ ଗ୍ରାମବାସୀ | ଦୁଇ ହଜାର ରୁ ଉର୍ଦ୍ଧ ଗ୍ରାମବାସୀ ତଥା ଭକ୍ତ ଙ୍କ ଗହଣରେ ଯୋଗ ଦେଇ ଶ୍ରୀଯୁକ୍ତ ସାହୁ ଙ୍କ ସମେତ ଧର୍ମପତ୍ନୀ ସୁନୀତା ପ୍ରଭା ସାହୁ ଏଵଂ ଯୁବ ନାରୀନେତ୍ରୀ ରଂଜିତା ସାହୁ ସମାଜ ଉପଯୋଗୀ ଅଭିଭାଷଣ ରଖିଥିଲେ | କିନ୍ତୁ କାର୍ଯ୍ୟକ୍ରମ ପ୍ରାରମ୍ଭରୁ ହିଁ ଏହି ସଭା ମଞ୍ଚରୁ ରାଜନୀତି ର ଆଭାସ ମିଳିଥିଲା | ନବୀନ ବାବୁ ଙ୍କ ଜୟ ଜୟକାର ନାରା ସମେତ ଫାଇଭ ଟି ଅଧ୍ୟକ୍ଷ ଭି. କେ.ପାଣ୍ଡିଆନ ଙ୍କ ଓଡିଶା ପ୍ରତି ବଳିଷ୍ଠ ଅବଦାନ ସମ୍ପର୍କରେ ବେଶ ଚର୍ଚ୍ଚା ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା | ଶ୍ରୀ ହର ପ୍ରସାଦ ସାହୁ ଙ୍କ ବିଜେଡି ପ୍ରତି ଦାୟିତ୍ୱବାନତା, ବିଜେଡି ଦଳ ପ୍ରତି ତାଙ୍କର ଆନୁଗତ୍ୟ କୁ ଆଗାମୀ ଦିନରେ ଶ୍ରୀ ସାହୁଙ୍କୁ ଟିକେଟ ମିଳିବା ନେଇ ଅନୁରୋଧ ରଖିଥିଲେ ଗ୍ରାମବାସୀ | ଜନ ସାଧାରଣଙ୍କ ସମ୍ପର୍କ, ଭାଇଚାରା ଓ ପ୍ରଭୁଙ୍କ ଆଶୀର୍ବାଦ ଆଜି ତାଙ୍କୁ ଏହି ସମାବେଶ କୁ ଟାଣି ଆଣିଛି ବୋଲି କହିଛନ୍ତି ଶ୍ରୀ ସାହୁ | ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚାସିନ ଅତିଥି ଭାବେ ବିଜୟ କହଁର, ପବିତ୍ର ସାବତ, ରବି ପରିଡା, ହୃଷିକେଶ ମିଶ୍ରଙ୍କ ସମେତ ପୂର୍ବତନ ସରପଞ୍ଚ ଏଵଂ ପୂର୍ବତନ ସମିତି ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ |
More Stories
ପୂର୍ବତନ ବିଧାୟକ ପିତା ଙ୍କ ଦେହାନ୍ତ l
ସ୍ବର୍ଗତ ଲକ୍ଷ୍ମୀଧର ଭୂୟାଁ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଅଛି l
ସାଲେପୁର ବ୍ଲକ୍ କୁଶିନାପୁର ଠାରେ କାର୍ତ୍ତିକ ପୂଜା ଅନୁଷ୍ଠିତ ହୋଇଯାଇଅଛି ।ଏହି ପୂଜା ବହୁ ବର୍ଷ ଧରି ହୋଇଆସୁଛି ।