ବାଲିଗୁଡ଼ା ଉପଖଣ୍ଡ ବିଭିନ୍ନ ସେବାଶ୍ରମ ସ୍କୁଲରେ “ଆମେ ଜାଣିବା ଆମେ ଜିଣିବା ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି ।

ରିପୋର୍ଟ :ଫିଲିପ କୁମାର ଡିଗାଲ

ରାଜ୍ୟ ସରକାରଙ୍କ ଆଦିବାସୀ ଉନ୍ନୟନ ବିଭାଗର ନିର୍ଦେଶ ପ୍ରକାରେ ଆଜି କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକରେ ମଧ୍ୟ ବିଭିନ୍ନ ସେବାଶ୍ରମ ସ୍କୁଲ ଅର୍ଥାତ ଗୁମା ସ୍କୁଲ ରେ “ଆମେ ଜାଣିବା ଆମେ ଜିଣିବା “କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜନା ର୍ଦନ ପାଣି ଗ୍ରାହୀ ଶ୍ରୀ ବୃନ୍ଦାବନ ମହାପାତ୍ର ସଭାପତି ଶ୍ରୀ ଦିଲ୍ଲୀପ କୁମାର ବେହେରା ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁମା, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀ ଅର୍ଜୁନ ବଳି ଆର ସିଂ ସ୍କୁଲ ସଭାପତି  ମଞ୍ଚାସିନ ଥିଲେ । ସ୍କୁଲ ପକ୍ଷରୁ ନିମନ୍ତ୍ରିତ ପ୍ରକରେ ଶତାଧିକ ଅଭିଭାବକ ଓ ଅଭିଭାବିକା ଉପସ୍ଥିତ ଥିବା ବେଳେ ଗୁମା ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଶିକ୍ଷତ୍ରି  ସର୍ବ ପ୍ରଥମେ ଅନ୍ତେବାସୀ ଛାତ୍ରୀଙ୍କ ପକ୍ଷରୁ ଅତିଥିଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ସହିତ ଅଭିନନ୍ଦନ ସଙ୍ଗୀତ ପ୍ରଦର୍ଶନ କରିଥିଲେ ତା ପରେ ପ୍ରଧାନ ଶିକ୍ଷକ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କୟ  ଅଭିଭାବକ ଅଭିଭାବିକା ମାନଙ୍କୁ ସଚେତନ କରାଇଥିଲେ । ତା ସହିତ ସମସ୍ତ ଅତିଥି ଅଭିଭାଷଣ ପ୍ରଦାନ କରିଥିଲେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା କୃତିତ୍ୱ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ସ୍କୁଲ ଶ୍ରୀ  ସକରା ମଲ୍ଲିକ  ଉଚ୍ଚବିଦ୍ୟାଳୟର   ଶିକ୍ଷକ ଶିକ୍ଷତ୍ରି ପୃଥିବରାଜ କହଁର, ଅମନ ପରିଚ୍ଛା, ଅଜିତ କୁମାର ମାନସେଟ, ଶୁଭଶଙ୍କର ଜେନା, ନବକିଶ୍ଵର ମାଝୀ  ଏବଂ ସେବାୟତ ଓ ସେବାୟିତା ସଭାର ସହଯୋଗ କରିଥିଲେ

error: Content is protected !!