ରିପୋର୍ଟ :ଫିଲିପ କୁମାର ଡିଗାଲ
ଆଜିର ଏହି ଆଧୁନିକ ଯୁଗରେ ଆଜି ବି ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ଅଛନ୍ତି ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମାର ବଜାର ସାହିରେ । ସୂଚନା ଯୋଗ୍ୟ ଯେ ବାରଖମା ବଜାର ସାହି ଦିସାରା ନାୟକ ଝିଅ ସୋନପୁର ଗ୍ରାମରେ ବିବାହ କରିଥିଲେ।ହେଲେ ଦୀର୍ଘ ତିନିମାସ ହେବ ରୋଗ ଶଯ୍ୟାରେ ଥିବା ଦେଖିବାକୁ ମିଳିଛି । ପରିବାର ଲୋକେ ବହୁତ୍ ଟଙ୍କା ଖର୍ଚ୍ଚ କରି ପ୍ରଥମେ ବାରଖମା,ବାଲିଗୁଡ଼ା ପୁଣି ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟ କୁ ନେଇ ନିଜ ଝିଅ ଶରୀର ରେ ଥିବା ରୋଗ କୁ ଚିହ୍ନି ପାରିନଥିଲେ। ଶେଷରେ ବାଧ୍ୟ ହୋଇ ଜଣେ ଗୁଣିଆ ର ଆଶ୍ରୟ ନେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଗୁଣିଆ ଜଣକ ଫିରିଙ୍ଗିଆ ଥାନା ଅନ୍ତର୍ଗତ ନୂଆପଦର ପଞ୍ଚାୟତ ର ରୋବିଙ୍ଗିଆ ଅଞ୍ଚଳର ନାରାୟଣ କହଁର ଯିଏ ନିଜ ଗୁଣୀ କାମ ପାଇଁ ଗୋଟିଏ ଦୋଉଡ଼ି ଖଟକୁ ବ୍ୟବହାର କରନ୍ତି ଯାହାକି ଖଟ ଦେବତା ନା ରେ ପରିଚିତ ।
ଥରେ ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ ଖଟ ଦେବତାଟି ପୂଜା ପାଇବା ପରେ ନିଜର ଅଲୌକିକ ଶକ୍ତି ପ୍ରଦର୍ଶନ କରି ଚାରିଜଣ ଯୁବକକୁ ବେହାଲ କରିଦିଏ। ଏହା ବିଶ୍ୱାସ ନା ଅନ୍ଧ ବିଶ୍ୱାସ ?
ମଣିଷ ଯେତେବେଳେ ନିରାଶ ହତାଶ ହୋଇଥାଏ ସେତେବେଳେ ସେ ବାଧ୍ୟହୋଇ ଏହିଭଳି ଅନ୍ଧବିଶ୍ୱାସ ର ଆଶ୍ରୟ ନେଇଥାଏ । କୌଣସି ସୂତ୍ରରୁ ଖବର ପାଇ ବାଲିଗୁଡ଼ା ପୋଲିସ, ପ୍ରଶାସନ ଓ ବାରଖମା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ରୋଗୀ ରଶ୍ମିତା ନାୟକ ଙ୍କୁ ଅଟୋ ଯୋଗେ ବାଲିଗୁଡ଼ା ଚିକିତ୍ସାଳୟ କୁ ପଠେଇ ଥିବାବେଳେ ଘଟଣାର ଅନୁଧ୍ୟାନ କରି ଖଟ ଦେବତା ଓ ଗୁଣିଆ ନାରାୟଣ କହଁର ଙ୍କୁ ବାରଖମା ଥାନାରେ ଅଟକ, ରଖି ସେମାନଙ୍କ ନାମରେ 218/23/ ମାମଲା ରୁଜୁ ହେଇଛି କିନ୍ତୁ ପରିବାର ପକ୍ଷରୁ ସ୍ଥାନୀୟ ପ୍ରଶାସନ ଙ୍କୁ ଦାୟୀ ରହିବେ ବୋଲି କହିଛନ୍ତି ।
More Stories
ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରିଡ଼ା ଅନୁଷ୍ଠିତ ହୋଇଯାଇଛି l
ରାଜସୁନାଖଳା ମହୋତ୍ସବ କାଉଁରୀର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ଢୋଲ ମହୁରୀ ।
“ମହାତ୍ମାଗାନ୍ଧିଙ୍କ ‘ଗୋବରା ପଦାର୍ପଣ’ ଦିବସ ପାଳତ”