କଳାହାଣ୍ଡି – ଧର୍ମଗଡ ବ୍ଲକ୍ ବେହେରା ପଂଚାୟତ ଗୋରୁବଜାର ପ୍ରାଙ୍ଗଣରେ ଗୁରୁବାର ଦିତ୍ୱୀୟ ପର୍ଯ୍ୟାୟ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ନିଜ କରକମଳରେ ଭତ୍ତା ବଣ୍ଟନ କରିଥିଲେ। ସୂଚନା ମତେ ଧର୍ମଗଡ ବ୍ଲକ୍ ରେ ସର୍ବମୋଟ ୭୧୨ ଜଣ ନୂତନ ହିତାଧିକାରୀ ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫ଟି ପଂଚାୟତ ର ୧୨୦ ରୁ ଉର୍ଦ୍ଧ ହିତାଧିକାରୀ ଓ ୨ୟ ପର୍ଯ୍ୟାୟ ରେ ୧୨୪ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା

। ଏପରିକି ଜିଲ୍ଲାସ୍ତରରେ ଧର୍ମଗଡ଼ ବ୍ଲକ୍ ଭତ୍ତା ବିବେଚିତ ହିତାଧିକାରୀ ଙ୍କ ସଂଖ୍ୟା ସର୍ବାଧିକ ରହିଥିବା ଜଣାପଡିଛି । ପ୍ରଥମ ପର୍ଯ୍ୟାୟରେ ବୁଧବାର ଗଡ଼ିଆଯୋର ପଂଚାୟତ କାର୍ଯ୍ୟାଳୟ ଠାରେ ବଡ଼ଘୁମର ପଞ୍ଚାୟତର ୨୩ଜଣ, ଗଡିଆଯୋର ୩୮ଜଣ, କଦଳିମୁଣ୍ଡା ୧୪ଜଣ, ପର୍ଲା ୩୪ଜଣ ଓ ଜୟନ୍ତପୁର ପଂଚାୟତ ର ୨୨ଜଣ ହିତାଧିକାରୀ ଙ୍କୁ ପ୍ରଥମ ଭାବେ ଭତ୍ତା ବଣ୍ଟନ କରାଯାଇଥିବା ବେଳେ ଦିତ୍ଵୀୟ ପର୍ଯ୍ୟାୟରେ ଧନରପୁର ପଞ୍ଚାୟତ ର ୨୨ଜଣ, ଛଞ୍ଚାଣ ବାହାଲି ୫୭ଜଣ, ବେହେରା ୨୩ଜଣ, ତେଣ୍ଡାପଳି ପଂଚାୟତ ର ୨୨ଜଣ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ପ୍ରଦାନ କରାଯାଇଥିଲା

। ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠି, ବ୍ଲକ୍ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଧର୍ମଗଡ଼ ବ୍ଲକ୍ ବି ଏସ ଏସ ଓ ଦମୟନ୍ତୀ ନାଏକ,ବ୍ଲକ୍ ଉପାଦକ୍ଷା ଝିଲି ମେହେର, ବେହେରା ସରପଂଚ କୁମୁଦିନୀ ଗାଇନ୍ତା , ଛଞ୍ଚାଣ ଵାହାଳି ସରପଂଚ ପ୍ରୀତି ବେମାଲ, ଧନରପୁର ସରପଂଚ ଗୌରୀ ସେଠିଆ, ତେଣ୍ଡାପାଲି ସରପଂଚ ଗୌଲୋଚନ ଗୋପାଳ, ବେହେରା ସମିତି କିଶୋର ନାଗ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରଘୁନାଥ ଖମାରୀ, ଗୌରାଙ୍ଗ ନାଗ ପ୍ରମୁଖ ସହଯୋଗ କରିଥିଲେ । ତେବେ ହିତାଧିକାରୀ ମାନେ ପ୍ରଥମ ଭାବେ ଭତ୍ତା ପାଇ ବେସ ଖୁସି ଥିବା ବେଳେ ସଂପୃକ୍ତ ପଞ୍ଚାୟତର ସରପଞ୍ଚ ଓ ବ୍ଲକ୍ ଅଧ୍ୟକ୍ଷାଙ୍କୁ ପ୍ରଶଂସା କରିଛନ୍ତି ।

More Stories
ODISHA VIGILANCE LAUNCHES DA SEARCHES AT 7 LOCATIONS OF SRI ASIT KUMAR PATRA, ABDO, DHARMASALA BLOCK, DIST-JAJPUR
ଇସ୍କନମାୟାପୁରୀ ମୁଖ୍ୟଙ୍କୁ ଗଜପତିଙ୍କ ଚିଠି।
କଦମ ଗଛରେ କୁହୁଳୁଛି ନିଆଁ l