ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ମରିଚଗୁଡା ଅକ୍ଷର ବ୍ରହ୍ମ ପୀଠ ପରିସରରେ ମାତାର ବନମ ବିଞ୍ଜାନ ପ୍ରଚାର ସଂସ୍କୃତି ର ସଭାପତି ରାମ ପ୍ରସାଦ ଗମାଙ୍ଗ ଙ୍କ ଅଧ୍ଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ।ସ୍ବତନ୍ତ୍ର ବିକାଶ ପରିଷଦ ଓଡିସା ସରକାର ଙ୍କ ପ୍ରଦୀପ ମାଝି ଯୋଗଦେଇଥିଲା ବେଳେ ସନ୍ମାନୀୟ ଅତିଥି ଭାବରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଜିଲ୍ଲା ପରିଷଦ ଅଧ୍ଧକ୍ଷା ସରସ୍ବତୀ ମାଝି,ଅନୁସୟା ମାଝି,ବିଜୁସ୍ବସ୍ଥ୍ୟକଲ୍ୟାଣ ବିଭାଗର ଉପଦେଷ୍ଟା ସୁଧିର କୁମାର ଦାସ,ସ୍ଥାନୀୟ ଅତିରିକ୍ତ ତହସିଲଦାର ପ୍ରାଣକୃଷ୍ନ ପାଣିଗ୍ରାହି ପ୍ରମୁଖ ଯୋଗ ଦେଇଥିଲେ। ସୌରା ଭାଷା କୁ କ୍ୟାବିନେଟ ମୋହର ପାଇଁ ସରକାର ଅନୁମୋଦନ କରିଥିବାରୁ ଅକ୍ଷର ବ୍ରହ୍ମ ପୀଠରେ ମାତାରବନମ ବିଞ୍ଜାନ ପ୍ରଚାର କମିଟି ତରଫରୁ ଆଜି ରତି ୯ଟା ପର୍ଯ୍ୟନ୍ତ ଉତ୍ସବ ମନାଇଥିଲେ।ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

କ୍ୟାବିନେଟ ବୈଠକରେ ବିଭିନ୍ନ ଗୁରୁତ୍ବ ପୁର୍ଣ ବିଭାଗରେ ଆଲୋଚନା ହୋଇଛି।ଏହି ଗୁରୁତ୍ବପୁର୍ଣ ବୈଠକରେ ରାୟଗଡା ଜିଲ୍ଲାର ମା ମାଝିଘରିଆଣି ମନ୍ଦିର ର ଭିତ୍ତିଭୁମି ବିକାଶ ପାଇଁ ୬ଏକର.୩୦ ଡେସିମିଲି ଜମି ଲିଜ ଆକାର ରେ ପ୍ରଦାନ କରିଛନ୍ତି।ଏବଂ ସୌରାଭାଷା ଲିପି କୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ମୋହର ବାଜିଛି।ଏହା ଅନୁମୋଦନ ହେଲେ ଜନଜାତି ଙ୍କ ଭାଷାର ପ୍ରଚାର ପ୍ରସାର,ସଂସ୍କୃତି ର ସଂରକ୍ଷଣ,ବିକାଶ,ବିଭିନ୍ନ ବିଷୟରେ ଆଲୋଚନା,ଲେଖା ,ଗବେଷଣା,ଅଧ୍ୟାୟନ ନିମନ୍ତେ ବ୍ୟାପକ କ୍ଷେତ୍ର ପ୍ରସ୍ତିତି ହେବ।ଆଉ ରାଜ୍ୟର ୫ଲକ୍ଷ ସୌରା ଭାଷାଭାଷି ଲୋକେ ଉପକୃତ ହୋଇପାରିବେ ବୋଲି ବିଜୁ ସ୍ବସ୍ଥ୍ୟ କଲ୍ୟାଣର ଉପଦେଷ୍ଟା ସୁଧିର କୁମାର ଦାସ କହିଥିଲେ।
ଏହା ପୁର୍ବରୁ ଅତିଥି ମାନଙ୍କୁ ସୌରା ସମିଜ ତରଫରୁ ବାଜା ବଜାଇ ବ୍ୟପକ ଭାବରେ ସ୍ବଗତ କରିଥିଲେ।ଏହି ସମୟରେ ସମାଜ ସେବି ଗଗନ ଆଚାର୍ଯ୍ୟ, ପିଙ୍କୁ ପଣ୍ଡା ଦୁର୍ଗା ସାହୁ ପ୍ରମୁଖ ଉପସ୍ଥିତ ଥିଲେ


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.