କଳାହାଣ୍ଡି:ଦାଦନ ଖଟିବାକୁ ଯାଇ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ । ମୃତ ଶ୍ରମିକ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଆମପାଣି ପଂଚାୟତ ନୁଆଗାଁ ର ବାସୁ ମାଝୀ ଙ୍କ ପୁଅ ଚରଣ ମାଝୀ (୨୦)। ଘରର ଆର୍ଥିକ ସ୍ଥିତି ଠିକ୍ ନ ଥିବାରୁ ପରିବାର ପ୍ରତିପୋଷଣ ପାଇଁ ଗତ ମାସରେ ସିକନ୍ଦରାବାଦ୍ କୁ ଯାଇ ସେଠାରେ ଏକ ଘରୋଇ କମ୍ପାନୀ ରେ କାମ କରୁଥିଲେ । ତେବେ କିଛି ଦିନ ତଳେ ସେ ଅସୁସ୍ଥତା ଅନୁଭବ କରିବାରୁ ସାଥୀ ଶ୍ରମିକ ତାଙ୍କୁ ନିକଟସ୍ଥ ଗାନ୍ଧୀ ହସ୍ପିଟାଲ ରେ ଭର୍ତି କରି ପରିବାର ଙ୍କୁ ଜଣାଇଥିଲେ
। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ।ମୃତ୍ୟୁ ଖବର ପାଇବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର । ପରିବାର ର ରୋଜଗାରିଆ ପୁଅ କୁ ହରାଇ ବେସାହାରା ହୋଇ ପଡିଛନ୍ତି ବାପା ମାଁ । ଏକ ଆମ୍ବୁଲାନ୍ସ ଯୋଗେ ମୃତ ଦେହ ଗାଁ କୁ ପହଞ୍ଚିଥିବା ବେଳେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତ ଚରଣ ମାଝୀ ଙ୍କ ପରିବାର ଗରିବ ଶ୍ରେଣୀ ହୋଇଥିବାରୁ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନ କୁ ନିବେଦନ କରିଛନ୍ତି ଗ୍ରାମବାସୀ !!
More Stories
ଶଙ୍କରରେଶ୍ୱରଙ୍କ ବିଶ୍ଵଶାନ୍ତି ମହାଯଜ୍ଞରେ ସ୍ଵେଚ୍ଛାସେବୀ ରକ୍ତଦାନ ଶିବିର ।
ଜିଲ୍ଲା ସ୍ତରୀୟ ମାଣ୍ଡିଆ ମଣ୍ଡି ଉଦ୍ଘାଟିତ ହୋଇଯାଇଛି|
ରାୟଗଡା ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନିହାର ରଞ୍ଜନ କହଁର, ଓ. ପ୍ର. ସେ ଯୋଗଦାନ କରିଛନ୍ତି l