କଳାହାଣ୍ଡି ଜିଲ୍ଲା କୋକସରା ଥାନା ମୋଟର ଫାଣ୍ଡି ଅଧିନ ଘୁମେରଗୁଡା ଗ୍ରାମର ଚାଷ ଜମିର ଏକ ଗଛରୁ ସୋମବାର ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ଘମେରଗୁଡା ଗ୍ରାମର ଭୁବନେ ଘିଙ୍କ ପୁଅ ଖଗେଶ୍ୱର ଘି(୨୪) ବୋଲି ଜଣାପଡିଛି। ଏନେଇ ମେଟେର ପାଣ୍ଡି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ପୁଲିସର ସୂଚନା ଅନୁସାରେ, ସୋମବାର ସକାଳେ ମୃତକଙ୍କ ପରିବାର ଲୋକେ ଖଗେଶ୍ବରଙ୍କୁ ଝୁଲନ୍ତା ଅବସ୍ଥାରେ ନିଜ ବିଲ ନିକଟ ଏକ ଗଛରେ ଦେଖିବାକୁ ପାଇଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିଥିବା ବେଳେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା।

ଏନେଇ ପରିବାର ଲୋକେ ତୁରନ୍ତ ମୋଟେର ଫାଣ୍ଡି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହିତ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠେଇ ଦେଇଥିଲେ। ଏବଂ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ମୋଟେର ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି।


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.