ରାୟଗଡା -ପରିବର୍ତ୍ତିତ ଜୀବନଶୈଳୀ ଓ ଆଧୁନିକତାର ଢାଞ୍ଚାରେ ବଳି ପଡୁଛି ପରିବେଶ। ଦିନକୁ ଦିନ ଜଙ୍ଗଲ କାଟ ବଢ଼ି ଚାଲିଥିବାରୁ ଏବେ ଖାଦ୍ୟ ଅନ୍ଵେଷଣରେ କିଛି ବନ୍ୟ ପଶୁପକ୍ଷୀ ଗାଁ ଓ ସହର ମୁହାଁ ହୋଇଛନ୍ତି। ଆଉ କିଛି ପରିବେଶ ପରିବର୍ତ୍ତନରେ ବିଲୁପ୍ତ ପ୍ରାୟ ତ ଆଉ କିଛି ଶିକାରୀଙ୍କ ଶିକାର ବନ୍ଧୁଛନ୍ତି। ଏଭଳି ସମୟରେ ରାୟଗଡ଼ ଜିଲ୍ଲା ରାମନାଗୁଡା ବ୍ଲକ ଭାମିନି ପଞ୍ଚାୟତ ଅଧୀନସ୍ଥ ଲିମାପଦରରୁ ଦେଖିବାକୁ ମିଳିଛି ଭିନ୍ନ ଏକ ଦୃଶ୍ୟ | ଏଠାରେ ଥିବା ବାଦୁଡ଼ିଙ୍କ ଆଶ୍ରୟସ୍ଥଳୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ
କରୁଛି

ପୂର୍ବେ ଲିମାପଦର ଗ୍ରାମରେ ଥିବା ଗଛରେ ଅଳ୍ପ ସଂଖ୍ୟକ ବାହୁଡ଼ି ରହୁଥିଲେ | ଅନୁକୁଳ ପରିବେଶ ପାଇବା ଯୋଗୁଁ ଦିନକୁ ଦିନ ବାଦୁଡିଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ହଜାର ହଜାର ସଂଖ୍ୟାରେ ବାଦୁଡି ଏହି ଗ୍ରାମରେ ଥିବା ଗଛରେ ରହୁଥିବାର ଦେଖିବାକୁ ମିଳିଛି। ବାଦୁଡି ମାଂସର ଔଷଧୀୟ

ବଡ଼ ସୁରକ୍ଷା ବଳୟରେ ବାଦୁଡିଙ୍କ ବଂଶ ବିସ୍ତାର ହେବା ସହ ନିମାପଦରକୁ ଏମାନେ ନିଜର ସୁରକ୍ଷିତ ଆଶ୍ରୟ ସ୍ଥଳୀ ରୂପେ ବାଛି ନେଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ଗତ କିଛିଦିନ ହେଲା ପ୍ରବଳ ଗ୍ରୀଷ୍ମପ୍ରବାହ ସହ ତାପମାତ୍ରା ବୃଦ୍ଧିକୁ ସହି ନପାରି ପ୍ରତିଦିନ ବାଦୁଡି ମରି ପଡିଥ୍ବାର ଦେଖୁ ଆଜି ଗ୍ରାମର ଯୁବଗୋଷ୍ଟି ଚିନ୍ତା ପ୍ରକଟ କରିଥିଲେ


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.